Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଠା ବିକ୍ରି କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟି ଚାଲିଗଲା ୨ ଜଣ ମିଠା ବ୍ୟବସାୟୀଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
September 30, 2021
in Accident, State
ମିଠା ବିକ୍ରି କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟି ଚାଲିଗଲା ୨ ଜଣ ମିଠା ବ୍ୟବସାୟୀଙ୍କ ଜୀବନ
482
VIEWS
Share on FacebookShare on Twitter

ଟିଟିଲାଗଡ଼, (ବାଘୁଆବାର୍ତ୍ତା): ମିଠା ବିକ୍ରି କରିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଆଉ ଚାଲିଗଲା ୨ ଜଣ ମିଠା ବ୍ୟବସାୟୀଙ୍କ ଜୀବନ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଲୁହୁରାପାଳି ଛକ ନିକଟରେ। ମୃତକମାନେ ହେଲେ ସୁବଳ ସାହୁ ଓ କୈବଲ୍ୟ ମାଝୀ। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁବଳ ସାହୁଙ୍କ ପୁଅ ଦେବାଶିଷ। ଅନ୍ୟ ଜଣଙ୍କ ହେଉଛନ୍ତି ଟ୍ରକ୍ ଡ୍ରାଇଭର। ସିସକେଲା ଗାଁର ସୁବଳ ସାହୁ, ତାଙ୍କ ପୁଅ ଦେବାଶିଷ ଓ କୈବଲ୍ୟ ମାଝୀ କୁଇକେଡ଼ା ବଜାରକୁ ମିଠା ବିକ୍ରି କରିବାକୁ ଯାଉଥିଲେ। ସେମାନେ ଏକ ଡାଲା ଅଟୋରେ ସେଠାକୁ ଯାଉଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରେ ଲୁହୁରାପାଳି ଛକରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରକ୍‌ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଡାଲା ଅଟୋ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଟ୍ରକ୍‌ଟି ମଧ୍ୟ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସୁବଳ ଓ କୈବଲ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟ ଘଟିଥିଲା। ଦେବାଶିଷ ଓ ଟ୍ରକ୍‌ ଡ୍ରାଇଭର ଆହତ ହୋଇଛନ୍ତି। ଉଭୟଙ୍କୁ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଦେବାଶିଷଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!