ଢେଙ୍କାନାଳ, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପସିଗଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଗ୍ରାମର ତ୍ରିଲୋଚନ ସାହୁଙ୍କ ପୁଅ ଗଦାଧର ସାହୁ । ତାଙ୍କ ବୟସ ୩୮ ବର୍ଷ । ସୂଚନାଯୋଗ୍ୟ ଯେ, ଗଦାଧର ହରିପୁରରୁ ଇଣ୍ଡିଗୋ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମୁଗୁପାଳ ପଂଚାୟତ ୧୭ ନମ୍ବର ୱାର୍ଡ ଗଣାବାଗଠାରେ ଗାଡିଟି ଏକ ପୋଖରୀକୁ ପଶିଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।






