ବାଲିପାଟଣା, (ବାଘୁଆବାର୍ତ୍ତା): ବସ୍ ଧକ୍କାରେ ଯୁବକ ମୃତ । ରାଜଧାନୀ ଉପକଣ୍ଠ ବାଲିଅନ୍ତ ଥାନା ହଂସପାଳ-ଅଭୟମୁଖି ରାସ୍ତା ବାଲିକାନ୍ଥିଆ ଠାରେ ସ୍କୁଲ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ବଡ଼ମ୍ବା ନରସିଂହପୁରର ବିପିନ ବିହାରୀ ମହାରଣା ବୋଲି ଜଣାପଡିଛି । ଖବର ଅନୁଯାୟୀ, ବିପିନ୍ ବେଣୁପୁର ଗାଁରେ ଭଡ଼ା ରହୁଥିଲେ । କୌଣସି କାମରେ ବାହାରକୁ ଯାଇଥିଲେ ବିପିନ । ସେଠାରୁ ନିଜ ଭଡ଼ା ଘରକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ଅଧାରାସ୍ତାରେ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ବିପିନଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରିଛି । ଏହାସହ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି ।





