Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୨୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା

by ସଞ୍ଜୟ ସ୍ୱାଇଁ
February 27, 2025
in Accident, State
୩୨୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା
119
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ଲୋକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହିତ ଦିନକୁ ଦିନ ବିପଦଜନକ ହୋଇପଡିଛି ରାୟଗଡ଼ା – କୋରାପୁଟ ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ରହିଥିବା ରାୟଗଡ଼ା ବ୍ଳକର ଗୁମ୍ମା ଘାଟି। ଏହି ରାସ୍ତାରେ ବିଳମ୍ବିତ ରାତିରୁ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଧକ୍କା ଦେବାରୁ ପୁଣି ଥରେ ରାସ୍ତା ଜାମ ରହିଥିବା ଦେଖିବାକୁ ମିଳିଛି। ଫଳରେ ରାୟଗଡ଼ା ଠାରୁ କାଶିପୁର, ଟିକିରି ସମେତ କୋରାପୁଟ ଜିଲ୍ଲା ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, କାକିରିଗୁମା, କୋରାପୁଟ ଆଦି ଅଂଚଳକୁ ମୋଟରସାଇକେଲ, କାର, ବସ ଆଦି ଯାତାୟାତ କରୁଥିବା ଯାତ୍ରୀମାନେ ଅଟକି ରହିଛନ୍ତି। ଏଭଳିକି ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ଯିବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ । ଗୁମ୍ମା ଘାଟିରେ ଏହିଭଳି ଗାଡି ଦୁର୍ଘଟଣା ଘଟି ରାସ୍ତା ଜାମ ରହୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଫଳରେ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଗୁମ୍ମା ଘାଟିରେ ବୁଲାଣିରେ ବୁଧବାର ଗୋଟିଏ ଟ୍ରଲର ଓଲଟିଯିବାରୁ ଦୀର୍ଘ ୮ ଘଣ୍ଟା ଧରି ରାୟଗଡା କୋରାପୁଟ ୩୨୬ ନଂ ଜାତୀୟ ରାଜପଥ ରାସ୍ତା ଜାମ ହୋଇଥିଲା। ଏକ ବଡ଼ ଟ୍ରଲର ଟ୍ରାନ୍ସଫର୍ମର ଧରି ଯାଉଥିବା ବେଳେ ଓଲଟି ପଡିଥିଲା । ଓଲଟି ଯିବାରୁ ରାସ୍ତାରେ ଯାତାୟାତ ସଂପୂର୍ଣ ବାଧାପ୍ରାପ୍ତ ହୋଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଟ୍ରକ ଓ ଯାତ୍ରୀବାହୀ ବସ୍ ଅଟକି ରହିଥିଲା। ବୁଧବାର ଶିବରାତ୍ର ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ‌ବାରମ୍ବାର ଏଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ରାଜପଥ ବିଭାଗର ନିଦ ଭାଙ୍ଗୁନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!