ଯାଜପୁର, (ବାଘୁଆବାର୍ତ୍ତା): ବେଆଇନି ଖାଦାନରେ ଓଲଟିଲା ଟ୍ରାକ୍ଟର। ଡ୍ରାଇଭର ଗୁରୁତର ଅବସ୍ଥାରେ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ନିକଟରେ ଥିବା ବେଆଇନି ଖାଦାନରେ ୩ ନମ୍ବର ଫେଜରେ ଏଭଳି ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନି ଖାଦାନ ଚାଲିଆସୁଛି। ଗୁରୁତର ଡ୍ରାଇଭର ଜନଙ୍କ ହେଉଛନ୍ତି ଅଛୁତ ଓଝା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।





