ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜଧାନୀ ଛାତି ଉପରେ ଘଟିଛି ସିରିଜ୍ ଦୁର୍ଘଟଣା । ଏକ ଇନୋଭା ଗାଡ଼ି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି । ତେବେ ହି ସିରିଜ୍ ଦୁର୍ଘଟଣାରେ ୪ ଟି ବାଇକ୍ ଚୁରମାର ହୋଇଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ସୂଚନାନୁସାରେ, ପ୍ରଥମେ ବାଣୀବିହାରରେ ଏକ ଇନୋଭା କାର ବାକ୍ସ ଧକ୍କା ଦେଇଥିଲା । ତେବେ ପୁଲିସ ଇନୋଭାକୁ ପିଛା କରିବା ସମୟରେ ଉକ୍ତ ଇନୋଭା ପୁଣି ୩ ଟି ବାଇକ୍ ଧକ୍କା ଦେଇଥିଲା । ଯାହା ଫଳରେ ଇନୋଭା ଧକ୍କା ଦେଇଥିବା ୪ ଟି ବାଇକ୍ ଚୁରମାର ହୋଇଥିବା ବେଳେ ବାଇକ ଚାଳକ ମାନେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ତେବେ ସିରିଜ୍ ଦୁର୍ଘଟଣା ଘଟାଇଥିବା ଇନୋଭାରୁ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ।





