ନୟାଗଡ଼଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦରମହକୁମା ଅନ୍ତର୍ଗତ ଦୁର୍ଗାପ୍ରସାଦଠାରେ ଆଜି ସଂନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଘଙ୍କିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହାତ ହୋଇଛନ୍ତି । ମୃତ ବ୍ୟକ୍ତି ହେଲେ ନିକଟସ୍ଥ ଘଡ଼ୁଆଳ ଗ୍ରାମର ପ୍ରଦୀପ କୁମାର ଦାଶ । ସୂଚନାନୁସାରେ, ପ୍ରଦୀପ ତାଙ୍କ ମାଉସୀ ମିନତୀ ମିଶ୍ରଙ୍କୁ ଛାଡ଼ିବା ପାଇଁ ଘଡ଼ୂଆଳରୁ ସିନ୍ଦୁରିଆ ଆସୁଥିବା ବେଳେ ଫୁଲବାଣୀରୁ ନୟାଗଡ଼ ମଜୁରିଆପଲ୍ଲୀ ଅଭିମୂଖେ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରଦୀପ ଏବଂ ତାଙ୍କ ମାଉସୀଙ୍କ ସମେତ ଅନ୍ୟ ବାଇକ ଆରୋହୀ ଦେବାଶିଷ ମହାନ୍ତି ରାସ୍ତାରେ ପଡ଼ି ରକ୍ତାକ୍ତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ବେଳେ ପ୍ରଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ ଦେବାଶିଷଙ୍କ ବାଇକରେ ବସିଥିବା ଅନ୍ୟ ଜଣେ ଯୁବକ ମଧ୍ୟ ଆହାତ ହୋଇ ଚିକିତ୍ସିତ ହୋଇଥିବା ଖବର ମିଳିଛି । ଅନ୍ୟପକ୍ଷେ ଖବରପାଇ ଟାଉନଥାନା ପୁଲିସ ଡାକ୍ତରଖାନାରେ ପଂହଚି ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି ।





