ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟ ଅଭିଲେଖାଗାରଠାରେ ସପ୍ତାହବ୍ୟାପୀ ‘ଅଭିଲେଖ ସପ୍ତାହ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଲେଖାଗାର କଳେବର ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା । ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଇତିହାସ ଗବେଷକ ତଥା ସମୀକ୍ଷକ ପ୍ରାଧ୍ୟାପକ ଡ. ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ‘ଅଭିଲେଖାଗାର ଓ ବ୍ୟକ୍ତିଗତ ନଥି ହାସଲ’ ସଂପର୍କରେ ତାଙ୍କର ଗଭୀର ଅନୁଧ୍ୟାନମୂଳକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା କେତେକ ମୂଲ୍ୟବାନ ଦସ୍ତାବିଜ ହାସଲ ହେଉ ନଥିବା ଯୋଗୁଁ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକର ଅସଲ କାର ଣ ଆକଳନ କରାଯାଇ ପାରୁନାହିଁ ବୋଲି କହିଥିଲେ । ଅଭିଲେ ଖାଗାରକୁ ଜୀବ; ର ଖିବାକୁ
ହେଲେ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ସହ ଆଧୁନିକ ଜ୍ଞାନକୌଶଳର ଉପଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ତା’ଛଡ଼ା କେତେକ ଅନୁସନ୍ଧିତ୍ସୁ ଯୁବଗବେଷକ ଏ ଦିଗରେ ଗଭୀର ଭାବେ ଗବେଷଣା ଏବଂ ଅଧ୍ୟୟନ ତଥା ଅନେ୍ୱଷଣ କଲେ ଅନେକ ଉପାଦେୟ ତଥ୍ୟ ହାସଲ ହୋଇପାରନ୍ତା । ରାଜଧାନୀର ଛାତି ଉପରେ ସଂସ୍କୃତି ବିଭାଗର ବିଭିନ୍ନ ଅନୁଷ୍ଠାନ ଗଢ଼ି ଉଠିଥିବା ଯୋଗୁଁ ଏଗୁଡ଼ିକର ମହତ୍ତ୍ୱ ନିଶ୍ଚିତ ଭାବେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ ହେଉଥିବା ମୁଖ୍ୟ ଅତିଥି ଶ୍ରୀ ସେଠୀ ଦର୍ଶାଇଥିଲେ । ତେଣୁ ଏହିସବୁ ଅନୁଷ୍ଠାନଗୁଡ଼ିକ ବ ଞ୍ଚାଇ ର ଖିବାକୁ ସବୁମତେ ପ୍ରୟାସ ହେବା ଆବ ଶ୍ୟକ ବୋଲି କହିଥିଲେ । ତେ ବେ ରାଜ୍ୟ ଅଭିଲେ ଖାଗାର ୧୦ ଲ କ୍ଷରୁ ଊର୍ଦ୍ଧ୍ୱ ଦସ୍ତାବିଜକୁ ଡିଜିଟାଇଜେସନ୍ କରି କେନ୍ଦ୍ରୀୟ ଅଭିଲେଖାଗାରର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଗୌରବର ବିଷୟ ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ସିନେ ଅଭିଲେଖ ଆରମ୍ଭ କରିବାକୁ ପ୍ରସ୍ତାବ ରଖାଯାଇଥିଲା । ଗତବର୍ଷ ଅଭିଲେଖ ସପ୍ତାହ ଅବସରରେ ଓଡ଼ିଆ ସିନେମା ପତି୍ରକାଗୁଡ଼ିକର ମଲାଟ ପୃଷ୍ଠା ଉପରେ ଏକ ଅଭିନବ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଚଳିତ ଥର ଅଭିଲେଖାଗାର ଓ ବ୍ୟକ୍ତିଗତ ନଥି ହାସଲ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରି ବିଶିଷ୍ଟ ବ୍ୟକ୍ତ ମି ।ନ ଙ୍କ ର ହାତ ଲେ ଖା ଚିଠି, ପ୍ରେରିତ ପତ୍ର ଭଳି ଅନେକ ମୂଲ ୍ୟବାନ ଦ ସ୍ତାବିଜର ଫ ଟୋଚିତ୍ର ପ୍ରଦ ର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିଲେ ଖାଗାରର ଅଧୀକ୍ଷକ ଡ. ଶେଖ ସୁଲେ ମାନ୍ ଅଲ ୍ଲୀ ବାର୍ଷିକ ବିବର ଣୀ ପ୍ରଦାନ ସହ ସ୍ୱାଗତ ଭାଷଣ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ପ୍ରାଧ୍ୟାପକ ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମର ସଂଚାଳକ ଡ. ମୃତୁ୍ୟଞ୍ଜୟ ରଥଙ୍କୁ ଉପଢୌକନ, ସ୍ମୃତିଫଳକ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ ।





