Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
May 26, 2025
in State
ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ
119
VIEWS
Share on FacebookShare on Twitter

ଲିଆପାଳ, (ବାଘୁଆବାର୍ତ୍ତା): ପୁଣି କଳାକାର ଓ ଯାତ୍ରା ମାଲିକ ବିବାଦ । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଓ ତାଙ୍କ ସ୍ଵାମୀ ବାପି କୁମାର । ବିକେୟା ଟଙ୍କା ମାଲିକ ଦେଇନଥିବା ଅଭିଯୋଗ କରିବା ସହ ବାଲିଆପାଳରେ ଯାତ୍ରା ପାର୍ଟି ପଡ଼ିଥିବା ବେଳେ ଯାତ୍ରା କମିଟି ତାଙ୍କୁ ଅଶାଳୀନ ଗାଳି ଗୁଲଜ କରିବା ସହ ମାଡ ମରାଯାଇ ଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯାତ୍ରା କଳାକାରଙ୍କ ଅଭିଯୋଗ ଅନୁଯାୟୀ ତିନି ମାସର ବିକିୟା ୭ ଲକ୍ଷ ଟଙ୍କା ମାଗିବାରୁ ମାଲିକ ଆଜି କାଲି କହି ଦିନ ଗଡ଼େଇ ଦେଉଥିବା ଅଭିଯୋଗ ହୋଇଛି । ପରେ ବାଲିଆପାଳରେ ଯାତ୍ରା ଚାଲିଥିବା ସମୟରେ ମାଲିକ ୧ ଲକ୍ଷ ଟଙ୍କା ଦେଇଥିଲେ । ଫଳରେ ସ୍ଥାନୀୟ କମିଟି ସହ ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ବାପିଙ୍କର ଝଗଡ଼ା ହୋଇଥିଲା । ଯାହାକୁ ନେଇ କମିଟି ପକ୍ଷରୁ ମାଡ ମରା ଯାଇଥିବା ଅଭିଯୋଗ କରିଛନ୍ତି ମାମୁନି ଓ ତାଙ୍କ ସ୍ଵାମୀ । ଏହି ମାଡ ମାରିବା ପଛରେ ମାଲିକଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ । ସେ କହିଛନ୍ତି କୌଣସି ବିକେୟ ଟଙ୍କା ନାହିଁ । ସେ ଆଗାମୀ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି । ତାଙ୍କର କମିଟି ସହ ଝଗଡ଼ା ହୋଇଛି । ପୋଲିସକୁ ସେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!