Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭୟକାନ୍ତ ପାଠକ: ଆମ ବିରୋଧରେ ଷଡଯନ୍ତ୍ର କରାଯାଇ ହଇରାଣ ହରକତ କରାଯାଉଛି

by ସଞ୍ଜୟ ସ୍ୱାଇଁ
October 6, 2021
in State
ଅଭୟକାନ୍ତ ପାଠକ: ଆମ ବିରୋଧରେ ଷଡଯନ୍ତ୍ର କରାଯାଇ ହଇରାଣ ହରକତ କରାଯାଉଛି
170
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆମ ବିରୋଧରେ ଷଡଯନ୍ତ୍ର କରାଯାଇ ହଇରାଣ ହରକତ କରାଯାଉଛି। ଆମ ଉପରେ ଆକ୍ରୋଶମୂଳକ ଭାବେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ଗତକାଲି ଇଡ଼ିର ୧୨ ଘଣ୍ଟାର ମାରାଥନ ଜେରା ପରେ ଏପରି କହିଛନ୍ତି ପୂର୍ବତନ ଓୠଝ ଅଧିକାରୀ ଅଭୟକାନ୍ତ ପାଠକ। ସେ ଆହୁରି କହିଛନ୍ତି, ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ମୋ ପୁଅ ବିଷୟରେ ପଚରା ଯାଇଥିଲା। ମୁଁ ସବୁ ଡକ୍ୟୁମେଣ୍ଟ ଦେଖାଇଥିଲି। ଆୟ ବହିର୍ଭୂତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଗତକାଲି ଇଡିରେ ହାଜର ହୋଇଥିଲେ ଅଭୟକାନ୍ତ ପାଠକ। ତାଙ୍କୁ ୧୨ ଘଣ୍ଟା ମାରାଥନ ଜେରା କରାଯାଇଥିଲା। ଇଡିର ଅଧିକାରୀମାନେ ତାଙ୍କୁ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ। ଗତକାଲି ଦିନ ସାଢ଼େ ୧୧ଟାରୁ ରାତି ୧୦ଟା ଯାଏ ଜେରା କରିଥିଲେ ଇଡି ଅଧକାରୀ। ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ସମନ ପରେ ଇଡି କାର୍ୟ୍ୟାଳୟରେ ହାଜର ହୋଇଥିଲେ ଅଭୟକାନ୍ତ। ଏ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ମଧ୍ୟ ଇ଼ଡି ପକ୍ଷରୁ ସମନ୍ କରାଯାଇଛି। ଏମାନଙ୍କୁ ପୂର୍ବରୁ ହାଜର ପାଇଁ ସମନ ହୋଇଥିଲା। ସେମାନେ ହାଜର ପାଇଁ ସମୟ ମାଗିଥିବା ସତ୍ତ୍ୱେ ଦ୍ୱିତୀୟ ଥର ଲାଗି ସମନ୍ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୦୨୦ ନଭେମ୍ବରରେ ଭିଜିଲାନ୍ସ ୧୩ଟି ସ୍ଥାନରେ ଚଢାଉ କରିଥିଲା। ସେତେବେଳେ ଭିଜିଲାନ୍ସ ୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା। ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରେ ୯ କୋଟି ୪ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା ସୂଚନା ମିଳିଥିଲା। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା। ଦୀର୍ଘ ଦିନ ଜେଲ୍‌ରେ ରହିବା ପରେ ଗତ ଜୁନ୍ ୧୮ ତାରିଖରେ ଅଭୟ ଝାରପଡ଼ା ଜେଲରୁ ମୁକୁଳିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!