ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦୀର୍ଘ ୬ମାସ ପରେ ଝାରପଡ଼ା ଜେଲରୁ ମୁକୁଳିଲେ ଆଇଏଫଏସ୍ ଅଭୟକାନ୍ତ ପାଠକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଗିରଫ ଆଇଏଫଏସ୍ ପାଠକକୁ ଗିରଫ କରାଯାଇଥିଲ । ଗତବର୍ଷ ନଭେମ୍ବର ୨୭ତାରିଖରେ ଭିଜିଲାନ୍ସ ଟିମ୍ ଗିରଫ୍ କରିଥିଲ । ତତ୍ ସହିତ ଆଇଏଫଏସ୍ ପାଠକଙ୍କ ନାମରେ ୨ଟି ଠକେଇ ମାମଲା ମଧଦ୍ୟ ରୁଜୁ ହୋଇଥିଲା । ଆଇଏଫଏସଙ୍କୁ ସର୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ପାଠକଙ୍କୁ ଜାମିନ ଆଣିବା ପାଇଁ ୨ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ଥିବା ୩ଟି ମାମଲାରେ ଜାମିନ ପାଇବା ପରେ ଆଜି ଝାରପଡ଼ା ଜେଲରୁ ଆଇଏଫଏସ୍ ଅଭୟକାନ୍ତ ପାଠକ ମୁକୁଳିଥିବା ଜଣାପଡିଛି । ଅଭୟକାନ୍ତ ପାଠକଙ୍କ ପୂର୍ବରୁ ତାଙ୍କ ସମୁଦି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲରୁ ବାହାରିଥିଲେ ।






