ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାହିତ୍ୟ ପାଇଁ ଘୋଷଣା ହୋଇଛି ନେବଲ ପୁରସ୍କାର । ୨୦୨୧ ପାଇଁ ଉପନ୍ୟାସକାର ଅବଦୁଲରଜାକ ଗୁରନାହଙ୍କୁ ମିଳିବ ନୋବେଲ ପୁରସ୍କାର । ଅବଦୁଲରଜାକ ୧୦ ଉପନ୍ୟାସ ସହ ଅନେକ ଲଘୁକଥା ମଧ୍ୟ ଲେଖିଛନ୍ତି । ୨୧ ବର୍ଷ ବୟସରୁ ଅବଦୁଲରଜାକ ଇଂରାଜୀରେ ଲେଖିବା ଆରମ୍ଭ କରିଥିଲେ । ଅବଦୁଲରଜାକ ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜାଞ୍ଜିବାର ଦ୍ୱିପରେ ନିଜ ପିଲାଦିନ ବିତାଇଥିଲେ । ହେଲେ ୧୯୬୦ ମସିହାରେ ଶରଣାର୍ଥୀ ଭାବେ ଇଂଲଣ୍ଡ ପଳାଇଥିଲେ । ସେ ସାହିତ୍ୟ ପ୍ରଫେସର ଭାବେ ନିଜ କାର୍ୟ୍ୟକାଳ ବିତାଇଥିଲେ ।






