Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

by Sanjay Swain
April 28, 2021
in Education
ମହାନତା ଦେଖାଇଲେ ଶିକ୍ଷକ ସଂଘ
648
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା)ଆଜି ଓଡ଼ଗାଁ ବ୍ଳକ୍ ସମନ୍ୱୟ ଶିକ୍ଷକ ସଂଘ ତରଫରୁ ମା ଝାଡ଼େଶ୍ଵରୀ ପୀଠ ଶରଣକୁଳ ଠାରେ ମନୋଜ କୁମାର ନାୟକ ଙ୍କ ସଭାପତିତ୍ବରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ର ବରିଷ୍ଠ କିରାଣି ହାଡ଼ୁବନ୍ଧୁ ନାୟକ ମଞ୍ଚାସୀନ ଥିଲେ। ଓଡ଼ଗାଁ ବ୍ଳକ୍ ରୁ ବିଦାୟ ନେଇ ଥିବା ଶିକ୍ଷକ ନିରୁପମା ମିଶ୍ର, ହରମୋହନ ସାହୁ,ଭଗବାନବେହେରା, ସୁରେନ୍ଦ୍ର କୁମାର ମହାପାତ୍ର, ଭାସ୍କର ଭଟ୍ଟ,ଲକ୍ଷ୍ମୀନାରାୟଣ ସାହୁ,ବୈରାଗୀ ଚରଣ ସାହୁ, ଦୀନବନ୍ଧୁ ମହାପାତ୍ର, ରାମକୃଷ୍ଣ ପରିଡ଼ା, ମମତା ମଞ୍ଜରୀ ପାତ୍ର, ଗଙ୍ଗାଧର ନନ୍ଦ ଇତ୍ୟାଦି ୧୭ ଜଣ ଶିକ୍ଷକ,ଶିକ୍ଷିକା ଏବଂ ବ୍ଳକ୍ ର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଦ୍ଵିଜରାଜ ନାୟକ, ସଦାଶିବ ପାତ୍ର ଙ୍କୁ ଆଜି ବ୍ଳକ୍ ସମନ୍ୱୟ ଶିକ୍ଷକ ସଂଘ ତରଫରୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କୋଭିଡ ନିୟମ ଅନୁପାଳନ ପୂର୍ବକ ଉକ୍ତ ବୈଠକରେ ସମସ୍ତ ସଂଘର କର୍ମକର୍ତ୍ତା ,ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ଥିଲେ। ଶିକ୍ଷକ ମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଶିକ୍ଷକତା କୁ ବ୍ରତ ରୂପେ ପାଳନ କରିବା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଏକତା ରଖିବା ଏବଂ ଅସୁବିଧା ରେ ପଡୁଥିବା ଶିକ୍ଷକ ପାଇଁ ସଂଗ୍ରାମ ଜାରି ରଖିବା ପାଇଁ ସମସ୍ତ ବିଦାୟୀ ଶିକ୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତ ଶିକ୍ଷକ ମାନଙ୍କ ମଧ୍ୟରେ ଭାଇଚାରା ରଖିବା ସହିତ ଏକମନ ହୋଇ କାର୍ଯ୍ୟ କରିବା, ଛାତ୍ର ଛାତ୍ରୀ ମାନଙ୍କ ଏବଂ ଶିକ୍ଷା ଅନୁଷ୍ଠାନ ର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ମୁଖ୍ୟଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋଦାବରୀ ବସନ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!