ଟୋକିଓ, (ବାଘୁଆବାର୍ତ୍ତା): ପାରାଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଜାରି ରହିଛି । ଆଜି ମହିଳା ସୁଟିଂରେ ଅବନୀ ଲେଖରା ସ୍ୱର୍ଣ୍ଣ ଜିତିବା ପରେ ରୌପ୍ୟ ଭେଟି ଦେଇଛନ୍ତି ଡିସକସ୍ ଥ୍ରୋ ଖେଳାଳି ଯୋଗେଶ କଥୁନିଆ । F56 କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ । ବ୍ରାଜିଲର କ୍ଲାଉଡିନି ବାଟିଷ୍ଟା ୪୫.୫୯ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଯୋଗେଶଙ୍କ ସଫଳତାରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ପାରାଲିମ୍ପିକ୍ସରେ ମୋଟ୍ ୫ଟି ପଦକ ଜିତିଲାଣି ।






