Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବକାରୀ ଟିମର ଚଢାଉ, ୩ଗିରଫ

by Anil Panda
June 20, 2020
in Crime
ଅବକାରୀ ଟିମର ଚଢାଉ, ୩ଗିରଫ
36
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କଟକ କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ଟିମ୍ ଖଣ୍ଡପଡ଼ା ଓ ଫତେଗଡ଼ ଥାନା ଇଲାକାର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ଚୋରାରେ ଦେଶୀ ମଦ ବିକ୍ରୀ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡ଼ା ସବ୍‌ଜେଲକୁ ପଠାଇ ଦିଆଯାଇଥିବା ଜଣାଯାଇଛି । କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଫତେଗଡ଼ ଥାନା ଅଧିନ ପଦ୍ମାବତୀ ଓ କରବର ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ବେପାରୀ ବିଚିତ୍ର ବେହେରା ଓ ମହିଳା ମଦ ବେପାରୀ ଗୋଲାପି ଦଳେଇଙ୍କୁ ଗିରଫ କରିବା ସହ ସେମାନଙ୍କ ଘରେ ମହଜୁଦ ଥିବା ଦେଶୀମଦକୁ ଜବତ କରିଥିବା ଜଣାଯାଇଛି । ସେହିପରି ଖଣ୍ଡପଡା ସହରବାସୀଙ୍କ ସୂଚନାକ୍ରମେ ଅବକାରୀ ଟିମ୍ ୮ନଂ ୱାର୍ଡ ଅଧିନ କୁମ୍ଭାରସାହିର କାଉନସିଲର ନିଳେନ୍ଦ୍ରୀ ସାହୁଙ୍କ ବାସଭବନରେ ଅଚାନକ ଚଢ଼ାଉ କରି ୨୦ ଲିଟରରୁ ଉର୍ଦ୍ଧ ଦେଶୀ ମଦ ଜବତ କରିବା ସହ ଜନୈକା ମହିଳା ସୁମିତ୍ରା ସାହୁଙ୍କୁ ଗିରଫ କରିଥିବା ଜଣାଯାଇଛି । ଏ ସଂପର୍କରେ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!