ଭୁବନେଶ୍ୱର,(ବାଘୁଆବାର୍ତ୍ତା) ; ଆସନ୍ତା କାଲି ବିଧାନ ସଭା ଆରମ୍ଭ ହେବ । ତା’ପୂର୍ବରୁ ଆଜି ଘଟିଛି ଅଭାବନୀୟ ଘଟଣା । ବିଧାନସଭା ସମ୍ମୁଖରେ ଆଜି ପୁଲିସ ଉପରୁ ଆଶା ତୁଟାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ମିଳିଥିବା ସୂଚନାନୁସାରେ, ମେ ଶ୍ୱର ଥାନା ଅନ୍ତର୍ଗତ ହଂସପାଳ ଅ ଳର ଜଣେ ବ୍ୟକ୍ତି ପାରିବାରିକ କଳହକୁ ନେଇ ମେ ଶ୍ୱର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ମେ ଶ୍ୱର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୋଗୁଁ ଏଥିରେ ହତୋତ୍ସାହିତ ହୋଇ ଆଜି ଅପରାହ୍ଣ ସମୟରେ ହାତରେ ପେଟ୍ରୋଲ ଧରି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଗଲାବେଳେ ବ୍ୟକ୍ତିଜଣଙ୍କୁ ପୁଲିସ୍ ଉଦ୍ଧାର କରିଛି । ତେବେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଜଣକ ଫଳ ବ୍ୟବସାୟ କରୁଥିବା ଜଣାପଡିଛି । ତେବେ ଆସନ୍ତାକାଲି ବିଧାନସଭା ଆରମ୍ଭ ହେବା ପୂର୍ବରୁ ଏଭଳି ଘଟଣା ପୁଲିସ କମିଶନରଙ୍କୁ ଚକିତ କରିଥିବା ଜଣାପଡିଛି ।





