ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗ୍ରାମରେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, କୁରାଳ ଗ୍ରାମର ଗଡ଼ସାହୀ ନିବାସୀ ବସନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ବୈଦ୍ୟନାଥ ପାଣିଗ୍ରାହୀ ଓରଫ ଲିପୁ ଆଜି ମଧ୍ୟାହ୍ନରେ ଘରକୁ ଫେରି ଛାତ ଉପରେ ଥିବା ଏକ ବଖରାରେ ଆତ୍ମହତ୍ୟା କରିଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ଆତ୍ମହତ୍ୟାର କାରଣ କିଛି ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ ପହଂଚି ଅନୁସଂନ୍ଧାନ ଜାରି ରଖିଛି । ଏଥିସହିତ ପୁଲିସ ଶବ ଜବତ କରି ବ୍ୟବେଚ୍ଛଦ ପାଇଁ ପଠାଇଥିବା ଜଣାଯାଇଛି ।





