ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଉଁଶିଆ ଗ୍ରାମରେ ପ୍ରତିଷ୍ଠିତ ଅସହାୟ ଓ ଦିବ୍ୟାଙ୍ଗ ଆଶ୍ରୟ ସେବାଗ୍ରାମ ଠାରେ ତିନିଦିନ ବ୍ୟାପୀ ଚାଲିଥିବା ପ୍ରୋଜେକ୍ଟ ସକ୍ଷମ-୨୦୨୨ କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ସାହିତ୍ୟ ସଭା, ଦ୍ୱିତୀୟ ଦିନ ଦିବ୍ୟାଙ୍ଗଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ, ତୃତୀୟ ଦିନ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର, ବ୍ଲାଇଣ୍ଡ ଷ୍ଟିକ, ସିଲାଇ ମେସିନ, ଛାତ୍ରବୃତ୍ତି, କମ୍ବଳ ଓ ବସ୍ତ୍ର ଇତ୍ୟାଦି ସହାୟତା ପ୍ରଦାନ କରାଯାଇଥିଲା । ଆଶ୍ରୟର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ପୌରହିତରେ ଆୟୋଜିତ ଉଦଯାପନ ଉତ୍ସବରେ ସମାଜସେବୀ ବ୍ରଜକିଶୋର ମହାପାତ୍ର, କବି ପାଣ୍ଡବ ନାୟକ, ଭିକାରୀ ସ୍ୱାଇଁ ପ୍ରଭୁତି ଅତିଥି ଭାବରେ ମଞ୍ଚାସିନ ହୋଇଥିବା ବେଳେ ଆଶ୍ରୟର ସଦସ୍ୟ ନିରଞ୍ଜନ ଜେନା, ଭାଗିରଥି ସ୍ୱାଇଁ, ଅନୀଲ ପ୍ରଧାନ, ପ୍ରଫୁଲ ନାହାକ ଓ ରାମଚନ୍ଦ୍ର ମହାରଣା ପ୍ରଭୁତି ସହଯୋଗ କରିଥିଲେ।






