ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କର୍ମଚାରୀ ସଂଘ ବାର୍ଷିକ ଉତ୍ସବ ଉପଲକ୍ଷେ ଆସନ୍ତା ୨୭ ତାରିଖରେ ପଠାଣୀ ସାମନ୍ତ ସଂସ୍କୃତି ଭବନଠାରେ ନାଟ ଉଆଁସୀ ଜହ୍ନ ଅନୁଷ୍ଠିତ ହେବ । ନାଟ୍ୟକାର କୈଳାଶ ଚନ୍ଦ୍ର ଓଝାଙ୍କ ରଚିତ ଉଆଁସୀ ଜହ୍ନକୁ ବରିଷ୍ଠ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ ଏହାକୁ ନ୍ୟାଟରୂପ ପ୍ରଦାନ କରୁଛନ୍ତି । ଦୁର୍ନିତୀ, ଅତ୍ୟାଚାର ଓ ମିଥ୍ୟାକୁ ପାଥେୟ କରି ମଣିଷ କେବେ ବି ସତ୍ୟକୁ ଜୟ କରିପାରେନା ହେଉଛି ଏହି ନାଟକର ମୂଳ ମନ୍ତ୍ର । ଏହି ନାଟକକୁ ଉଦ୍ଘାଟନ କରିବା ପାଇଁ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ର ଓ ସହକାରୀ ଜିଲ୍ଲାପାଳ ଅଶୋକ ପଟ୍ଟନାୟକ ପ୍ରମୂଖ ଯୋଗଦେବେ । ଏହି ନାଟକର ସହ ନିର୍ଦ୍ଦେଶନା ପ୍ରଶାନ୍ତ କୁମାର ସାମନ୍ତରାୟ, ସଂଗୀତ ଗୋପବନ୍ଧୁ ବେହେରା ଓ ସଂଗୀତ ପରିଚାଳନା ଅନୀତା ରାମ୍ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି ।





