ନୟାଗଡ଼, (ବାଘୁଆବାର୍ତ୍ତା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପିପିପି ମୋଡ୍ରେ ପରିଚାଳିତ ଆରୋଗ୍ୟ ଜନସେଚା କେନ୍ଦ୍ର ଆଜି ଜିଲ୍ଲା ସଦରମହକୁମାରେ ଉଦ୍ଘାଟିତ ହୋଇଯାଇଛି । ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ଏହି କେନ୍ଦ୍ରକୁ ସଂସ୍ଥାର ନିର୍ଦ୍ଦେଶକ ସାମନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ୍ କରିଥିବା ବେଳେ ଏହି ଅବସରରେ ନୟାଗଡ଼ ଜିଲ୍ଲା ଶାଖା ମୁଖ୍ୟ ଅଖିଳ ମହାରଣା, ପୂର୍ଣ୍ଣଚନ୍ଦ ସେନାପତି ପ୍ରମୂଖ ଯୋଗ ଦେଇ ଏହାର ଆଭିମୁଖ୍ୟ ସଂମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଏହା ଦ୍ୱାରା କିଭଳି ଜନସାଧାରଣ, ବିପିଏଲ୍ ତଥା ରାସନ୍ କାର୍ଡ଼ ଧାରୀ ଏବଂ ବରିଷ୍ଠ ନାଗରିକମାନେ ଉପକାର ଲାଭ କରିବେ ସେ ନେଇ ଆଲୋଚନା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବହୁ ବରିଷ୍ଠ ନାଗରିକ ଏବଂ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ଆରୋଗ୍ୟ ଜନସେବା କେନ୍ଦ୍ରଟି ରାଜ୍ୟରେ ପ୍ରଥମ ବୋଲି ଜଣାଯାଇଛି ।






