ମନ୍ତ୍ରୀ ଡ. ସାହୁଙ୍କ ସହ ଆଲୋଚନା
ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ଆନ୍ଦୋଳନ ଚଳାଇଥିବା ନିଖିଳ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ମହାସଂଘ ସହ ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ମତ୍ସ୍ୟ ଓ ପଶୁ ସଂପଦ ସଚିବ ଆର. ରଘୁ ପ୍ରସାଦ ଉପସ୍ଥିତ ଥିଲେ । ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ମହାସଂଘର ଦାବି ସଂମ୍ପର୍କରେ ଏକ ପ୍ରତିନିଧି ମଣ୍ଡଳ ସହ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ସରକାର ସେମାନଙ୍କର ଦାବିକୁ ସହୃଦୟତାର ସହ ବିଚାର କରିବେ ବୋଲି ଡ. ସାହୁ ପ୍ରତିଶୃତି ଦେଇଛନ୍ତି । ଯାହାକୁ ନେଇ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ମହାସଂଘ ଆନ୍ଦୋଳନରୁ ଓହରିବାକୁ ରାଜି ହୋଇଥିବା ଜଣାଯାଇଛି ।





