ନୟାଗଡ଼, (ବାଘୁଆବାର୍ତ୍ତା): ଆଇପିଏଲର ଠିକ୍ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏବେ ସୁସ୍ଥ ହୋଇଯାଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ୱାଡକୁ ଫେରିଛନ୍ତି । ତାଙ୍କୁ ଦଳ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି । ଅକ୍ଷର ସ୍କ୍ୱାଡରେ ଯୋଗ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସ୍କ୍ୱାଡରେ ଯୋଗ ଦେଉଥିବାରୁ ଅକ୍ଷର ବେଶ ଖୁସିଥିବା ଦେଖିବାକୁ ମିଳିଛି । ସେ ଯେଉଁଭଳି ହସହସ ମୁହଁରେ ସବୁ ଖେଳାଳିଙ୍କୁ ଭେଟିଛନ୍ତି ।





