Thursday, November 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଦିବାସୀ ମେଳା-୨୦୨୧ ଉଦ୍‌ଯାପିତ

ଦୁଇ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟବସାୟ

by ସଞ୍ଜୟ ସ୍ୱାଇଁ
February 9, 2021
in Feature News
ଆଦିବାସୀ ମେଳା-୨୦୨୧ ଉଦ୍‌ଯାପିତ
140
VIEWS
Share on FacebookShare on Twitter

ଭୁବନେଶ୍ୱର, ; ଜାନୁଆରୀ ୨୬ ତାରିଖଠାରୁ ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଆଦିବାସୀ ମେଳା ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନ ଉତ୍ସବର ମୁଖ୍ୟ ଅତିଥି ଭାବେ ଶ୍ରୀ ସୁବ୍ରତ ବାଗ୍‌ଚୀ, ସମ୍ମାନିତ ଅତିଥି ମୋ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ଗୁହା ପୁନମ ତାପସ କୁମାର, ପ୍ରଫେସର ଡ. ଅଖିଳ ବିହାରୀ ଓତା ତଥା ଅନ୍ୟାନ୍ୟ ବିଶିଷ୍ଟ ଅତିଥିଗଣ ଯୋଗଦାନ କରି ମେଳାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଉଦ୍‌ଯାପନୀ ଉତ୍ସବକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ପରିଚାଳନା କରିଥିଲେ ତଥା ଏକାଡେମୀ ସଦସ୍ୟ ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା ଉଦ୍‌ଯାପନୀ ମନ୍ତବ୍ୟ ରଖି ସମସ୍ତଙ୍କ ସହଯୋଗ ଯୋଗୁଁ ଏହା ସଫ ଳ ହୋଇଥିବାରୁ କୃତ ଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ୍‌ ମହାମାରୀଜନିତ ଆଚରଣବିଧି ଲାଗୁ ହେବା କାରଣରୁ ଚଳିତ ବର୍ଷ ଆଦିବାସୀ ମେଳା-୨୦୨୧ ନିୟନ୍ତ୍ରିତ ଭାବେ ମିଶି୍ରତ ପ୍ରକାରେ ଅନୁଷ୍ଠିତ ହୋଇଛି, ଯେଉଁଠି ଉଭୟ ଭର୍ଚୁଆଲ୍‌ ମୋଡ ସହ ପ୍ରତ୍ୟକ୍ଷ ରୂପରେ ମେଳା କରାଯାଇଥିଲା । ପ୍ରତ୍ୟକ୍ଷ ରୂପେ ଆଦିବାସୀ ମେଳା, ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧ରେ ଜାନୁଆରୀ ୨୬, ୨୦୨୧ରୁ ଫେବୃଆରୀ ୯,୨୦୨୧ ପର୍ଯ୍ୟନ୍ତ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେବଳ ଜନଜାତିଙ୍କ ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ତଥା ସଂଗୃହୀତ ଲଘୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏ ଓ ୧୭ଟି ଅଣୁ ପ୍ରକଳ୍ପ (ମାଇକ୍ରୋ ପ୍ରୋଜେକଫ)ର ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇ ଆଦିବାସୀ ମେଳାକୁ ଆସିଥିଲେ । ଦୀର୍ଘ ୧୫ ଦିନ ମେଳାରେ କେବଳ ୯୦ଟି ଷ୍ଟଲ ମାଧ୍ୟମରେ କାରବାର କରାଯାଇ ଦୁଇ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟବସାୟ ହୋଇଥିଲା । ଜନଜାତିଙ୍କ ହିତାର୍ଥେ ପ୍ରବର୍ତ୍ତିତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଏବଂ ଏଗୁଡ଼ିକର ଉଦ୍ଦେଶ୍ୟ ତଥା ସଂପାଦିତ କାର୍ଯ୍ୟଧାରାକୁ ମେଳା ସମୟରେ ପ୍ରଦର୍ଶିତ କରାଯାଇଥିଲା । ଭର୍ଚୁଆଲ୍‌ ମୋଡ୍‌ରେ ଦର୍ଶକମାନେ ଜନଜାତିଙ୍କ ସହ ସାଂସ୍କୃତିକ ଆଳାପ, ଜ୍ଞାନ ଆଦାନପ୍ରଦାନ, ଜନଜାତି କଳା, ସ୍ଥାପତ୍ୟ ଇତ୍ୟାଦି ସହ ଉତ୍ପାଦିତ ସାମଗ୍ରୀର ବିପଣନ
ସୁବିଧା ନେଇଥିଲେ । ଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍‌ ପୋଲିସ୍‌, ଭୁବନେଶ୍ୱରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବଳ ମୁତୟନ କରାଯାଇଥିଲା, ଏହା ଛଡ଼ା ମେଳା କର୍ତ୍ତୃପକ୍ଷଙ୍କ ତରଫରୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ସୁରକ୍ଷାକର୍ମୀ କମିଶନରେଟ୍‌ ପୋଲିସ୍‌ଙ୍କ ତତ୍ତ୍ୱାବଧାନରେ ରଖାଯାଇ ମେଳାକୁ ସୁନିୟନ୍ତ୍ରିତ କରାଯାଇଥିଲା । ଚଳିତ ଆଦିବାସୀ ମେଳାକୁ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ପରିଦର୍ଶନରେ ଆସିଥିଲେ । ମେଳା ସମୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଜାତିର ପରିଚିତି ବଜାୟ ସହ ଉତ୍ତମ ପ୍ରଦର୍ଶନ, ନିଜସ୍ୱ ଉତ୍ପାଦିତ ସାମଗ୍ରୀର ବିକ୍ରୟ, ମଧ୍ୟସ୍ଥିମୁକ୍ତ ବ୍ୟବସାୟ ଆଧାରରେ ମା ସରସ୍ୱତୀ ଏସ୍‌ଏଚ୍‌ଜି, ଏଚ୍‌କେ. ଆଣ୍ଡ ଏମ୍‌ଡିଏ, ଯଶିପୁର, ମା ଭୈରବୀ ଏସ୍‌ଏଚ୍‌ଜି, ଖମ୍ବେସୀ, ଡିକେଡିଏ, ଚାଟିକୋଣା, ପିତାକି ଏସ୍‌ଏଚ୍‌ଜି, ଦେଓଗଡ଼, କେକେଡିଏ, ବେଲଘର, ମା ସନ୍ତୋଷୀ ଏସ୍‌ଏଚ୍‌ଜି, ସର୍ଗୀଡିହି, କୁଚିଣ୍ଡା, ଆଇଟିଡିଏ, କୁଚିଣ୍ଡା, ମୀରାବାଈ ମହିଳା ସମିତି, ଲାଇମୁରା, ଆଟିଡିଏ ତିଲେଇବଣୀ, ଜୟ ମା ପାଥରାଜ ଏସ୍‌ଏଚ୍‌ଜି, ବୈରିପଡ଼ା, ଆଟିଡିଏ, କୋରାପୁଟ ଗୋଷ୍ଠୀଙ୍କୁ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!