Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକଣା କମାଇ ପାରିନାହିଁ ଦର୍ଶକଙ୍କ ଆଗ୍ରହ

by ସଞ୍ଜୟ ସ୍ୱାଇଁ
February 1, 2021
in Feature News
କଟକଣା କମାଇ ପାରିନାହିଁ ଦର୍ଶକଙ୍କ ଆଗ୍ରହ
91
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଗତ ସାଧାରଣତନ୍ତ୍ର ଦିବସରୁ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ରାଜଧାନୀବାସୀଙ୍କର ଅତି ପରିଚିତ ଆଦିବାସୀ ମେଳା ଆଜି ସପ୍ତମ ଦିନରେ ପହଁଚିଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି କିଛିଟା କଡ଼ା କଟକଣା ମଧ୍ୟରେ ଏ ବର୍ଷର ମେଳା ଅ୍ରାୟୋଜିତ ହୋଇଥିଲେ ହେଁ ତାହା ଦର୍ଶକଙ୍କ ଆଗ୍ରହକୁ କୌଣସି ପ୍ରକାରେ କମାଇ ପାରି ନାହିଁ । ପ୍ରତିଦିନ ଆବାଳ-ବୃଦ୍ଧ-ବନିତାଙ୍କ ସୁଅ ଛୁଟି ଚାଲିଛି ମେଳା ପରିସରରେ ଖୋଲିଥିବା ମଣ୍ଡପ ଆଡ଼କୁ । ଗତ ସାତ ଦିନର କାରବାରକୁ ସମୀକ୍ଷା କଲେ ମନେ ହେଉଛି ଯେପରି ଦିନକୁ ଦିନ ଦର୍ଶକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ମେଳାର ଅଧିକାଂଶ ଷ୍ଟଲରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଜୋର୍ ଧରିଥିବା ବେଳେ ଆଦିବାସୀ କଳାବସ୍ତୁ ପ୍ରଦର୍ଶନ ଓ ବିକ୍ରି ମଧ୍ୟ କିଛି କମ୍ ହେଉ ନାହିଁ । ଆଦିବାସୀମାନଙ୍କ ଦ୍ୱାରା ସଂଗୃହୀତ ତଥା ପ୍ରସ୍ତୁତ ସାମଗ୍ରୀର ମୌଳିକ ଗୁଣବତ୍ତା ଯୋଗୁଁ ତାହାକୁ କିଣିବା ଲାଗି ଗୃହିଣୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖବାକୁ ମିଳୁଛି । ମେଳା ବୁଲିବାକୁ ଆସିଥିôବା ଜଣେ ଗୃହିଣୀ ତାଙ୍କର ଭାବନା ପ୍ରକାଶ କରି କହିଲେ – ‘ବିନା କୌଣସି ଅପମିଶ୍ରଣରେ ବିଭିନ୍ନ ସାମଗ୍ରୀ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଛି । ତେଣୁ ଏହାର ମାନ ବଜାରରେ ମିଳୁଥିବା ଅପମିଶ୍ରିତ ସାମଗ୍ରୀ ଠାରୁ ବହୁତ ଉନ୍ନତ ରହୁଛି । ଜିନିଷ ଗୁଡିକର ମୂଲ୍ୟ ମଧ୍ୟ କମ୍ ରହୁଛି । ଏହାଛଡ଼ା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଏକ ସ୍ୱତନ୍ତ୍ର ସ୍ୱାଦ ରହିଛି । ସେଥିପାଇଁ ପ୍ରତିବର୍ଷ ଏହି ମେଳାରୁ ଆମେ ହଳଦୀ, ସୋରିଷ, ବଡ଼଼ି, ଆଚାର ଆଦି କିଣିଥାଉ । ବିଭିନ୍ନ ଗହଣା ସାମଗ୍ରୀ, ଟସର ଖୋସାରୁ ପ୍ରସ୍ତୁତ ମଠାଶାଢ଼ୀ, କାଠରେ ଅଙ୍କିତ ବିଭିନ୍ନ କଳାକୃତି, ବାଉଁଶ ଓ ପଥର ତିଆରି ସାମଗ୍ରୀ, ଲୌହ ଶିଳ୍ପକଳା ଓ ଟେରାକୋଟା ସାମଗ୍ରୀକୁ ଦର୍ଶକ ପସନ୍ଦ କରୁଛନ୍ତି । ଭିନ୍ନ ଭିନ୍ନ ଜନଜାତିଙ୍କ ଜୀବନ ଶୈଳୀ ମେଳାର ଷ୍ଟଲ ଗୁଡିକରେ ପ୍ରତିଫଳିତ ହୋଇଥିବା ବେଳେ ସେମାନଙ୍କ କଳା ପ୍ରାଣତାର ପରିଚୟ ମଧ୍ୟ ମିଳିପାରୁଛି । କରୋନା କଟକଣା ଯୋଗୁଁ ଚଳିତ ବର୍ଷର ଆଦିବାସୀ ମେଳାରେ ଖାଦ୍ୟ ପ୍ରାଙ୍ଗଣ ଖୋଲି ନଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ ରଖାଯାଇଛି । ଏହା ସତ୍ୱେ ରାଜଧାନୀର ଜନସାଧାରଣ ବହୁ ସଂଖ୍ୟାରେ ମେଳା ପରିସରକୁ ଛୁଟିଛନ୍ତି ଏବଂ ମନଭରି ଆନନ୍ଦ ଉପଭୋଗ କରୁଛନ୍ତି, ତାହାର ଏକ ନିଆରା ଦୃଶ୍ୟ ସପ୍ତମ ସନ୍ଧ୍ୟାରେ ବେଶ୍ ଉପଲବ୍ଧ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!