Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ୩୦ ଖଣ୍ଡ କରିଥିବା ଯୁବକ ଲୁଚିଛି ଓଡ଼ିଶାରେ

by ସଞ୍ଜୟ ସ୍ୱାଇଁ
September 25, 2024
in Crime, NATIONAL NEWS
ମହିଳାଙ୍କୁ ୩୦ ଖଣ୍ଡ କରିଥିବା ଯୁବକ ଲୁଚିଛି  ଓଡ଼ିଶାରେ
153
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ଓଡ଼ିଶାରେ ଲୁଚିଛି ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିବା ସନ୍ଦିଗ୍ଧ ଯୁବକ। ବେଙ୍ଗାଲୁରୁ ପୁଲିସ୍‌ ଘଟଣାର ତନାଘନା କରୁଥିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଓଡ଼ିଶା ଚାଲି ଆସିଛି। ଏକଥା ଜଣାପଡ଼ିବା ପରେ ଘଟଣାର ତଦନ୍ତ କରୁଥିବା କର୍ଣ୍ଣାଟକା ପୁଲିସ୍‌ର ସ୍ୱତନ୍ତ୍ର ଟିମ ଓଡ଼ିଶା ଅଭିମୁଖେ ଆସୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ କର୍ଣ୍ଣାଟକାର ଗୃହ ମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି। ଓଡ଼ିଶାରେ ଲୁଚି ଥିବା ସନ୍ଦିଗ୍ଧ ଅଭିଯୁକ୍ତ ଜଣଙ୍କ ବେଙ୍ଗାଲୁରୁର ଭୟାଲିକାବାଲ ଠାରେ ଜଣେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୦ ଖଣ୍ଡ କରିଥିଲେ। ଏହାପରେ ଏହାକୁ ରୁମରେ ଥିବା ଫ୍ରିଜ ମଧ୍ୟରେ ରଖି ଫେରାର ହୋଇଯାଇଛି। ଘଟଣାକୁ ନେଇ କର୍ଣ୍ଣାଟକା ସମେତ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏସବୁ ଭିତରେ ମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, “ଆମେ ଏହି ମାମଲାକୁ ବେଶ ଗୁରୁତ୍ୱର ସହ ନେଇଛୁ। ହତ୍ୟା ଘଟଣା ପୂରା ବେଙ୍ଗାଲୁରୁକୁ ଦୋହଲାଇ ଦେଇଛି। ହତ୍ୟା ଅଭିଯୁକ୍ତକୁ ପୁଲିସ୍‌ ଓଡ଼ିଶାରେ ଠାବ କରି ସାରିଛି। ସେ ଅପରାଧ ଘଟାଇଥିବା ପ୍ରମାଣ ଏକାଠି କରାଯାଉଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍‌ ୩ରୁ ୪ଟି ଟିମ ପଠାଇଛି। ଅଭିଯୁକ୍ତ ଜଣଙ୍କ ନିୟମିତ ସ୍ଥାନ ବଦଳାଉ ଥିବାରୁ, ତା’ ଉପରେ ମଧ୍ୟ ନଜର ରହିଛି। ଶେଷ ଖବର ଅନୁସାରେ ସେ ଓଡ଼ିଶାରେ ହିଁ ରହିଥିବା ସ୍ପଷ୍ଟ ହୋଇଛି। ତା’କୁ ଧରିବା ପରେ ଆମେ ଅଧିକ ସୂଚନା ପାଇ ପାରିବୁ। ୨ରୁ ୩ ଜଣ ଲୋକଙ୍କୁ ପୁଲିସ୍‌ ହେପାଜତକୁ ନେଇଛି। କିନ୍ତୁ ମିଳିଥିବା ପ୍ରମାଣ ଓ ସୂଚନା ଅନୁସାରେ ଓଡ଼ିଶା ଲୁଚିଥିବା ଯୁବକ ଜଣଙ୍କ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ତେଣୁ ତା’କୁ ଧରିବାକୁ ଟିମ ଯାଇଛି।” ଶନିବାର ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କ ଅଧା ପୋଚି ଯାଇଥିବା ଖଣ୍ଡବିଖଣ୍ଡିତ ମୃତଦେବକୁ ସେ ରହୁଥିବା ଆପାର୍ଟମେଣ୍ଟ ରୁମର ଫ୍ରିଜରୁ ଠାବ କରାଯାଇଥିଲା। ମହାଲକ୍ଷ୍ମୀ ବିବାହିତ ହୋଇଥିଲେ ହେଁ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଏକାକୀ ରହୁଥିଲେ। ଏହି ସମୟରେ ଜଣେ ଯୁବକଙ୍କ ସହ ତା’ଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ଭବତଃ ସେ ହିଁ ତାଙ୍କୁ କରିଥିବା କୁହାଯାଉଛି। କିନ୍ତୁ ପୁଲିସ ଏଯାଏ ଏ ସମ୍ପର୍କରେ କିଛି ବି କହିନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!