ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ବିରାଡ଼ିସାହି ଗାଁରେ ଆଜି ସାଂଘାତିକ ଗଣ୍ଡଗୋଳ ଘଟିଛି । ଜଣେ ଯୁବକଙ୍କୁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଗଜଲକ୍ଷ୍ମୀ ପୂଜା ପାଳନ ହେଉଥିବା ବେଳେ ପୂର୍ବ ଶତ୍ରୃତାକୁ ନେଇ ଗଣ୍ଡଗୋଳ ଘଟିଥିଲା । ସଂମ୍ପୃକ୍ତ ଯୁବକ ପୂଜା ସ୍ଥାନରେ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ଉତକ୍ଷୀପ୍ତ ଲୋକେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଖବରପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ଏନେଇ ମାଡ଼ ମାରିଥିବା ବ୍ୟକ୍ତିଙ୍କ ପକ୍ଷରୁ ଥାନାରେ ଏକ ଅଭିଯୋଗ କରାଯାଇଛି । ମାଡ଼ ଖାଇଥିବା ଯୁବକ ପାଲଟା ଅଭିଯୋଗ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି । ଏନେଇ ଟାଉନଥାନା ଅଧିକାରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ପଚରିବାରେ, ଗଣ୍ଡଗୋଳ ଘଟଣାକୁ ସ୍ୱୀକାର କରିବା ସହ ଏତଲା ହେଲେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ।





