Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅକ୍ଷୟ ମହାନ୍ତିଙ୍କ ଅବିକଳ କଂଣ୍ଠର ସାଧକ ପ୍ରଦୀପ୍ତ କିଶୋର

by Anil Panda
October 2, 2020
in Lifestyle, Nayagarh, State
ଅକ୍ଷୟ ମହାନ୍ତିଙ୍କ ଅବିକଳ କଂଣ୍ଠର ସାଧକ ପ୍ରଦୀପ୍ତ କିଶୋର
368
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଆଧୁନିକ ସଂଗୀତର ବାଦଶାହା ଅକ୍ଷୟ ମହାନ୍ତିଙ୍କୁ କିଏ ବା ନଜାଣେ । ତାଙ୍କ କଂଣ୍ଠର ସଂଗୀତ ଆଜି ଯେଉଁଠି ବି ବାଜୁ ଶ୍ରୋତା ଘଡ଼ିଏ ଧରି କାନପାତି ଦିଏ । ମାତ୍ର ତାଙ୍କର ପରଲୋକ ପରେ ଶ୍ରୋତାମାନେ ଆଉ ନୂଆ ଗୀତା ପାଉନଥିବା ବେଳେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନୃସିଂହପୁରଶାସନରେ ଏବେ ବି ରହିଛି ଅକ୍ଷୟର ଜୀବନ୍ତ କଂଣ୍ଠ । ଅକ୍ଷୟ ମହାନ୍ତିଙ୍କ ସ୍ୱରକୁ ସାଧନା ବଳରେ ପାଇ ପାରିଛନ୍ତି ପ୍ରଦୀପ୍ତ କିଶୋର । ଯାହା ତାଙ୍କ ଆଜି ଦ୍ୱିତୀୟ ଅକ୍ଷୟ ଭାବେ ପରିଚିତ ଦେଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମପଞ୍ଚାୟତ ନୃସିଂହପୁରଶାସନ ସାହିର ପ୍ରଦୀପ୍ତ କିଶୋର ମହାପାତ୍ର । ଓଡ଼ିଆ ଆଧୁନିକ ସଂଗୀତ ଜଗତର ବାଦସାହା ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଅବିକଳ କଣ୍ଠ ପ୍ରଦୀପ୍ତଙ୍କର । ଜୁନ୍ ୭ ତାରିଖ ୧୯୬୮ ମସିହାରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ୍ତଙ୍କର ବୟସ ୫୨ବର୍ଷ । ପିତା ସ୍ୱର୍ଗତ ହରିହର ମହାପାତ୍ର ଜଣେ ସରକାରୀ କର୍ମଚାରୀ ଥିବା ବେଳେ ମାତା ସକୁନ୍ତଳା ମହାପାତ୍ର ଜଣେ ଆଦର୍ଶ ଗୃହିଣୀ ଥିଲେ । ମାତ୍ର ୧୫ ବର୍ଷ ବୟସରୁ ପ୍ରଦୀପ୍ତ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ଚାଲିଛନ୍ତି । ଦୀର୍ଘ ଦଶନ୍ଧି ଧରି ତାଙ୍କର ଏହି ସଂଗୀତ ସାଧନା ଅବ୍ୟାହତ ରହିଛି । ମିଷ୍ଠଭାଷୀ ମେଳାପି ସ୍ୱଭାବର ବ୍ୟକ୍ତିତ୍ୱ ପ୍ରଦୀପ୍ତଙ୍କୁ ଏଥିପାଇଁ ସମର୍ଥନ କରିଛନ୍ତି ତାଙ୍କ ପରିବାର । ଗୀତକୁ ମିତଭାବି ଦରଦୀ କଣ୍ଠରେ ଗାଇ ଦେଲେ ବାରି ହୋଇ ପଡ଼େ ଅକ୍ଷୟଙ୍କ ସ୍ୱର । ପିତା ହରିହର କେବେ ବି ପ୍ରଦୀପ୍ତଙ୍କ ରାସ୍ତାରେକ ହୋଇ ଠିଆ ହୋଇ ନାହାନ୍ତି ବରଂ ପୁଅର ଏହି ନିଆରା ପ୍ରତିଭାକୁ ପ୍ରେରଣା ଯୋଗାଇଛନ୍ତି । ଅନ୍ୟପକ୍ଷରେ ପ୍ରଦୀପ୍ତଙ୍କ ପତ୍ନି ଅରୁଣା ମହାପାତ୍ର ଦୁଇ ଝିଅ ଏବଂ ଗୋଟିଏ ପୁଅ ପାଞ୍ଚପ୍ରାଣୀର କୁଟୁମ୍ବ ପ୍ରଦିପ୍ତଙ୍କ ଉପରେ ନିର୍ଭର କରନ୍ତି । ମାତ୍ର ମଞ୍ଚ, ଥିଏଟରରେ ଗୀତ ଗାଇ ପାଉଥିବା ସ୍ୱଳ୍ପ ପାରିଶ୍ରମିକ ପରିବାର ଚଳିବାକୁ ନିଅଣ୍ଟହୁଏ । ତେବେ ଗୀତ ଗାଇବାକୁ ପେଶା କରିଥିବା ପ୍ରଦୀପ୍ତ କେବେ ହାର ମାନନ୍ତି ନାହିଁ । ସଂଗୀତ କୁ ବ୍ରତ କରି ଜୀବନ ପଥରେ ଆଗେଇ ଚାଲନ୍ତି ସେ । ତାଙ୍କ କଣ୍ଠର ଜାଦୁଗରୀରେ ହଜାର ହଜାର ଶ୍ରୋତାଙ୍କୁ ବିମୁଗ୍ଧକ କରିଥାନ୍ତି ପ୍ରଦୀପ୍ତ । ସେ ମଞ୍ଚ ରେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଉଥିବା ବେଳେ ଦର୍ଶକ ସାଜି ଦେଖିଲେ ଜଣାପଡ଼େ ଏ ହେଉଛନ୍ତି ପ୍ରଦିପ୍ତ ମାତ୍ର କେବଳ ଶ୍ରୋତା ହେଲେ ସହଜରେ ଧରି ହୁଏ ନି ଏହା ଅକ୍ଷୟ ମହାନ୍ତିଙ୍କର କ୍ୟାସେଟ୍‌ରେ ବାହାରୁଥିବା ଗୀତ ନା ପ୍ରଦୀପ୍ତଙ୍କ କଣ୍ଠରୁ ଝରୁଥିବା ମୁର୍ଚ୍ଛନା । ପ୍ରଦୀପ୍ତ ବିଗତ ଦିନରେ ବିଭିନ୍ନ ଯାତ୍ରା ପାର୍ଟିରେ ଗୀତ ଗାଇ ବେଶ ଲୋକ ପ୍ରିୟତା ସାଉଣ୍ଟି ପାରିଛନ୍ତି । ଅକ୍ଷୟ ମହାନ୍ତିଙ୍କର ଶତାଧିକ ଗୀତରେ କଣ୍ଠ ଦାନ କରି ସାରିଲେଣି ପ୍ରଦୀପ୍ତ । ସଂଗୀତ ନିଶାରେ ଏହାକୁ ପେଶା କରି ସେ କେବେ ସ୍ୱାଭିମାନକୁ ଛାଡ଼ି ନାହାନ୍ତି ବରଂ ସବୁସେଳେ ସଂଗୀତର ସୁରମ୍ୟ ପରିବେଣରେ ଅତିବାହିତ କରିଛନ୍ତି ଜୀବନକୁ ଆପଣାଇଛନ୍ତି ନିଆରା ଶୌଳୀ ବଞ୍ଚିବାର ଦୀର୍ଘ ମିଆଦି ସୁତ୍ର । ସେପଟେ ଦର୍ଶକଙ୍କ ପୁଳା ପୁଳା ତାଳିରେ ଆତ୍ମ ସନ୍ତୋଷ ପାଇଛନ୍ତି ବୋଲି ଖୁସିରେ କୁହନ୍ତି ପ୍ରଦୀପ୍ତ । ଅକ୍ଷୟମହାନ୍ତି ଙ୍କ ଗୀତ, ଦୁନିଆ ଜାଣେ ତ ସାଗର ବୁକୁରେ ଥାଏ କୋଟି କୋଟି ସାମୁକା, ହେଲେ ଏ ସାମୁକା କେମିତ ିରହିବ ସାଗରଠୁ ଏକ ।ଏକା ଗୀତଟିକୁ ପ୍ରଦୀପ୍ତଙ୍କ କଂଣ୍ଠରୁ ବେଶ୍ ପସନ୍ଦ କରିଥାନ୍ତି ଶ୍ରୋତା । ଅପରପକ୍ଷେ ସନ୍ଦେହି ପ୍ରିୟତମା ଭଳି ଅକ୍ଷୟ ମହାନ୍ତିଙ୍କର ଅନେକ ଲୋକ ପ୍ରିୟ ସଂଗୀତକୁ ସେ ବେଶ୍ ପସନ୍ଦ କରନ୍ତି ବୋଲି କହିଛନ୍ତି । ହେଲେ ତାଙ୍କର ଏହି ପ୍ରତିଭା ଲୋକ ଲୋଚନକୁ ଆସି ପାରି ନାହିଁ । ବଣମଲ୍ଲି ବଣରେ ମଉଳିଗଲା ଭଳି ଲୁକାୟିତ ହୋଇ ରହିଛି ତାଙ୍କ ଭିତରେ ଥିବା ଏହି ସ୍ୱତନ୍ତ୍ର ପ୍ରତିଭା । ଆଲବମ୍‌, ଚଳଚିତ୍ରରେ ଗୀତଗାଇବା ପାଇଁ ସଂପୁର୍ଣ୍ଣ ଯୋଗ୍ୟତା ଥିବା ପ୍ରଦିପଙ୍କୁ ମିଳିନି ସେଭଳ ିସୁଯୋଗ । ଅପର ପକ୍ଷରେ ଟିଭି ପରଦାର କୌଣସି ସଂଗୀତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାରେ ସୁଯୋଗ ପାଇ ନାହାନ୍ତି ତେବେଏହି ପ୍ରତିଭାଙ୍କୁ ସୁଯୋଗ ଦିଆଗଲେ ସେ ରାଜ୍ୟର ଜଣେ ପ୍ରତିଷ୍ଟିତ କଣ୍ଠ ଶିଳ୍ପୀ ଭାବେ ଉଭା ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!