Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍

by ସଞ୍ଜୟ ସ୍ୱାଇଁ
January 13, 2025
in Crime, State
ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍
328
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲୋକସେବା ଭବନରୁ ଜଣେ ଦଲାଲକୁ ଗିରଫ କରିଛି କମିଶନରେଟ ପୁଲିସ୍। କ୍ୟାପିଟାଲ ଥାନା ପୁଲିସ୍ ଦଲାଲ ବ୍ୟାସଦେବ ରଣାକୁ ଗିରଫ କରିଛି। ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ଏହିକ୍ରମରେ ସେ ଜଣଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ପ୍ରାୟ ୨୦ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ୍ ତା’କୁ ଗିରଫ କରିଛି। ଗିରଫ ବ୍ୟାସଦେବ ରଣା ଠାରୁ ପଞ୍ଚାୟତିରାଜ ବିଭାଗର ଜାଲ୍ ଆଇକାର୍ଡ ମଧ୍ୟ ଜବତ ହୋଇଛି। ଠକ ବ୍ୟାସଦେବ ଘର କଳାହାଣ୍ଡି ନର୍ଲାରେ। ସେ କିଛି ଦିନ ହେବ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ରହୁଥିଲା। ତା’ର ବୟସ ୪୭ ବର୍ଷ ବୋଲି ପୁଲିସ୍ କହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟାସଦେବ ରଣା ଜାଲ ପରିଚୟପତ୍ର ଦ୍ୱାରା ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ବୋଲି ନିଜର ପରିଚୟ ଦେଉଥିଲା। ସେ ଉକ୍ତ ଜାଲ ପରିଚୟପତ୍ର ଦ୍ୱାରା ଅବଧାରେ ଲୋକସେବା ଭବନ ଭଳି ସରକାରୀ ପେଣ୍ଠ ସ୍ଥଳରେ ପ୍ରବେଶ କରୁଥିଲା। ଲୋକଙ୍କୁ ଚାକିରି ଦେବା ନାଁରେ ସେ ଟଙ୍କା ଲୁଟ କରୁଥିଲା। ସେ ପୁରୀ ଜିଲ୍ଲା ପିପିଲିର ଜଣେ ଯୁବକଙ୍କୁ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ତାଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ନେଇ ସେ ଚାକିରି ନ ଦେବାରୁ ଯୁବକ ଜଣଙ୍କ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ କରି ବ୍ୟାସଦେବ ରଣାକୁ ଶୁକ୍ରବାର ଦିନ ଲୋକସେବା ଭବନର ଗେଟ ପାଖରୁ ଗିରଫ କରିଛି। ଗିରଫ ପରେ ସମ୍ପୃକ୍ତ ଠକକୁ ପୁଲିସ୍ କୋର୍ଟ ଚାଲାଣ କରିଛି। ତା’ ପାଖରୁ ମିଳିଥିବା ପରିଚତ୍ର ପତ୍ର ୧-୪-୨୦୨୦ରେ ଇସ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ସେହିପରି ଏହାର ବୈଧତା ୩୧-୧୨-୨୦୨୪ ଯାଏ ରହିଥିଲା। ଏହାର ଅର୍ଥ ସେ ସମ୍ଭବତଃ ୪ ବର୍ଷ ଧରି ଲୋକସଭା ଭବନର କର୍ମଚାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ୩୧ ଡିସେମ୍ବରରୁ ତା’ର ପରିଚୟପତ୍ରର ଅବଧି ଶେଷ ହୋଇଥିଲେ ହେଁ ସେ କେମିତି ଲୋକସଭା ଭବନକୁ ଯାଉଥିଲା, ତା’ହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!