Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକ, ପତ୍ନୀ ଓ ଦୁଇ ପିଲାଙ୍କୁ ଗୁଳି କରି ହତ୍ୟା

by ସଞ୍ଜୟ ସ୍ୱାଇଁ
October 4, 2024
in Crime, NATIONAL NEWS
ଶିକ୍ଷକ, ପତ୍ନୀ ଓ ଦୁଇ ପିଲାଙ୍କୁ ଗୁଳି କରି ହତ୍ୟା
75
VIEWS
Share on FacebookShare on Twitter

ଉତ୍ତର ପ୍ରଦେଶ, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶର ଆମେଥିରେ ଘଟିଛି ଭୟଙ୍କର ଘଟଣା। ଗୋଟିଏ ସରକାରୀ ସ୍କୁଲର ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ପିଲାଙ୍କୁ ସେମାନଙ୍କ ଭଡ଼ା ଘରେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଗୁରୁତର ସହ ନେବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପୁଲିସ୍‌ ଅଧିକାରୀମାନଙ୍କୁ ଘଟଣା ସ୍ଥଳକୁ ଯାଇ ତୁରନ୍ତ ଯାଞ୍ଚ କରିବାକୁ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ୩୫ ବର୍ଷୀୟ ସୁନୀଲ କୁମାର ନାମକ ଶିକ୍ଷକ ଜଣଙ୍କ ଭବାନୀ ନଗରରେ ଘର ଭଡ଼ା ନେଇ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ଆଜି ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଘର ଭିତରେ ପଶି ପୂରା ପରିବାରକୁ ଗୁଳି କରି ଶେଷ କରି ଦେଇଛନ୍ତି। ତେବେ ଦୁର୍ବୃତ୍ତମାନେ ତାଙ୍କୁ କାହିଁକି ହତ୍ୟା କଲେ, ସେକଥା ଜଣାପଡ଼ିଛି। ଅନୂପ ସିଂହ ନାମକ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, “ଅଜଣା ଦୁର୍ବୃତ୍ତମାନେ ଘର ଭତରେ ପଶି ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ଝିଅ(୫ ଓ ୨ ବର୍ଷ)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଲୁଟ ପାଇଁ ଏପରି ହତ୍ୟା କରାଯାଉଥିବା ଆଶଙ୍କା କରାଯାଉଛି। ଏହାବାଦ ଏସ୍‌ସି/ଏସ୍‌ଟି ଅଧୀନରେ ଶିକ୍ଷକ ଜଣଙ୍କ ଅଗଷ୍ଟ ୧୮ରେ ଚନ୍ଦନ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ହତ୍ୟାକାଣ୍ତ ପଛରେ ଚନ୍ଦନ ବର୍ମାଙ୍କ ହାତ ରହିଛି କି ନାହିଁ, ତା’ର ମଧ୍ୟ ତଦନ୍ତ ହେଉଛି। ପଡ଼ୋଶୀମାନେ ଗୁଳି ମାଡ଼ର ଶବ୍ଦ ଶୁଣି ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ୪ ଜଣଙ୍କୁ ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପୁଲିସ୍‌ ସାଇଣ୍ଟିଫିକ ଟିମ ସହ ମିଶି ଘଟଣାର ଅଧିକ ତଦନ୍ତ କରୁଛି।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!