ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଦୀକ୍ଷିତପଡାରେ ଫୁଟିଲା ଗୁଳି। ପାରିବାରିକ କଳହର କରୁଣ ପରିଣତି। ଦେଶୀ ବନ୍ଧୁକ ଗୁଳିରେ ନାବାଳକ ଆହତ। ଗତକାଲି କେଳା ସାମ୍ପ୍ରଦାୟର ଦୁଇ ଭାଇ ମଧ୍ୟରେ କୌଣସି କାରଣକୁ ନେଇ ହୋଇଥିଲା ବଚସା। ସାନ ଭାଇ ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲା ବଡ଼ ଭାଇ ଉପରକୁ । କିନ୍ତୁ ଲକ୍ଷ ଭେଦ ବିଛୁତି ହୋଇ ଗୁଳିଟି ଦେହରେ ନବାଜି ଗୁଳି ବାଜିଲା କାନ୍ଥରେ। କାନ୍ଥରୁ ଗୁଳି ଛିଟିକି ଯାଇ ପାଖରେ ଥିବା ଜଣେ ନାବାଳକ ଦେହରେ। ଏବେ ଆହତ ନାବାଳକ ସୁସ୍ଥ ଥିବା ଜଣା ପଡିଛି। ଖବର ପାଇ ଟାଙ୍ଗୀ ପୋଲିସ ତୁରନ୍ତ ଦୁଇ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରି। ଅଧିକ ତଦନ୍ତ ଆରମ୍ଭ କରୁଛି। ଗିରଫ ଦୁଇ ଭାଇ ହେଲେ ରବି ନାୟକ ୧୯ ବର୍ଷ ଓ ଶିବ ନାୟକ ୨୧ ବର୍ଷ । ଉଭୟ କେଳା ସାମ୍ପ୍ରଦାୟର ଲୋକ। ଏହି ସାମ୍ପ୍ରଦାୟର କିଛି ବିଶୃଙ୍ଖଳିତ ଲୋକ ବିଗତ ଦିନରେ ସ୍ଥାନୀୟ ଅଞ୍ଚଳରେ ଚୋରି, ଡକାୟତି ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ୟ୍ୟରେ ଲିପ୍ତ ଥିବା ବହୁ ନଜିର ରହିଛି। ଏଣୁ ପୋଲିସ ଏହି ଘଟଣା କୁ ଗୁରୁତର ସହ ନେଇ ତଦନ୍ତ କଲେ ଆହୁରି ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।





