Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
March 6, 2025
in Crime, State
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ
107
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା। ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳର ଶୁଭାଶିଷ ନାୟକ। ଶୁଭାଶିଷଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପିପିଲି ଉତ୍ତରା ନିକଟସ୍ଥ ଦିଶା ଫାଉଣ୍ଡେସନ ବିରୋଧରେ ଏଭଳି ଅଭିଯୋଗ ଆସିଛି। ପୋଲିସ ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାନୁଯାୟୀ, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳର ଶୁଭାଶିଷ ନାୟକ ପିପିଲି ଉତ୍ତରା ନିକଟସ୍ଥ ଦିଶା ନିଶା ନିବାରଣ କେନ୍ଦ୍ରରେ ରହୁଥିଲେ। ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ଶୁଭାଶିଷଙ୍କୁ ପିଟିପିଟି ମାରି ଦିଆଯାଇଥିବା ତାଙ୍କ ବାପା ନବକୃଷ୍ଣ ନାୟକ ଅଭିଯୋଗ କରିଛନ୍ତି। ଏହାପରେ ପିପିଲି ପୋଲିସ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପ୍ଲାଷ୍ଟିକ ଲାଠି ଏବଂ ସିସିଟିଭି ହାର୍ଡ ଡିସ୍କ ଜବତ ହୋଇଛି। ଯୁବକଙ୍କୁ ହତ୍ୟା ସନ୍ଦେହରେ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଥାଉକି, ୨୦୨୧ ମସିହାରେ ଦିଶା ଫାଉଣ୍ଡେସନର ଜଣେ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଶୁଭାଶିଷଙ୍କ ହତ୍ୟା ଖବର ମିଳିବା ପରେ ଅନ୍ୟ ଅନ୍ତେବାସୀଙ୍କୁ ସେମାନଙ୍କ ପରିବାର ଲୋକ ଆସି ଘରକୁ ଫେରାଇ ନେଉଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!