ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ଝୋଲା ଅଞ୍ଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ମହିଳା ଜଣଙ୍କ କୁଆଡ଼େ ଯିବା ପାଇଁ ରାସ୍ତା ପାଶ୍ୱର୍ରେ ବସକୁ ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତ ତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ହେଲେ ଗୁମି ଗ୍ରାମର ସୁରେଶ ନାଏକ । ସେ ପୂର୍ବରୁ ଏଭଳି ଅନେକ ମହିଳାଙ୍କୁ ହଇରାଣ କରି ଆସୁଥିବା ଆଲୋଚନା ହେଉଛି । ସମ୍ପୃକ୍ତ ଆଦିବାସୀ ମହିଳା ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପୁଲିସ ଘଟଣାର ଛାନଭିନ୍ କରୁଥିବା ସୂଚନା ମିଳିଛି ।





