Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା ମାସରେ ହୋଇଥାନ୍ତା ବାହାଘର, OYOରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ

by ସଞ୍ଜୟ ସ୍ୱାଇଁ
May 15, 2025
in Crime, State
ଆସନ୍ତା ମାସରେ ହୋଇଥାନ୍ତା ବାହାଘର, OYOରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ
302
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): OYOରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଦୁଇ ମହଲା ଛାତରୁ ଖସିପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭୁବନେଶ୍ବର ଜାଗମରା ସ୍ଥିତ ଏକ ଗେଷ୍ଟ ହାଉସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବତୀ ଜଣଙ୍କ ହେଲେ ନୟାଗଡ଼ର ସୋନାଲି ମହାପାତ୍ର । ରକ୍ତାକ୍ତ ମୃତଦେହ ଉଦ୍ଧାର କଲା ଖଣ୍ଡଗିରି ଥାନା ପୋଲିସ । ସୋନାଲି ତଳେ ପଡ଼ିବା ବେଳେ ରୁମ୍ରେ ଥିଲେ ପୁରୁଷବନ୍ଧୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ପୁରୁଷବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ଆସନ୍ତା ମାସରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଥିବା ଖଣ୍ଡଗିରି ଥାନା ପୋଲିସ ମୃତଦେହର ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ବେଳେ OYOର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଜାଗମରା ପଞ୍ଚଶଖାନଗରରେ ଥିବା ଏକ OYOକୁ ବୁଧବାର ସକାଳେ ଯୁବତୀ ଜଣଙ୍କ ପୁରୁଷବନ୍ଧୁଙ୍କ ସହ ବାଇକ୍ ଯୋଗେ ଯାଇଥିଲେ । ହୋଟେଲର ତୃତୀୟ ମହଲରେ ଥିବା ଏକ ରୁମ୍ ବୁକ୍ କରିଥିଲେ । ଦିନ ତମାମ ସେମାନେ ରୁମ୍ରେ ରହିଥିଲେ । ସନ୍ଧ୍ୟା ବେଳକୁ ଉଭୟେ ରୁମ୍ରୁ ବାହାରି ମାର୍କେଟ୍କୁ ଯାଇଥିଲେ । ସେତେବେଳେ ଉଭୟଙ୍କ ହାବଭାବ ଠିକଠାକ ଥିବା ହୋଟେଲ କର୍ତ୍ତୃପକ୍ଷ ଦେଖିଥିବା କହିଛନ୍ତି । କିଛି ସମୟ ପରେ ଉଭୟେ ମାର୍କେଟରୁ ଫେରି ପୁଣି ରୁମ୍କୁ ଯାଇଥିଲେ । ସାଙ୍ଗରେ ରାତ୍ରିଭୋଜନ ପାଇଁ ଖାଦ୍ୟ ବି ଆଣିଥିଲେ । କିନ୍ତୁ ରାତି ୧୧ଟା ବେଳେ ରୁମ୍ ଭିତରେ ଉଭୟଙ୍କ ମଧ୍ୟରେ ଖୁବ୍ ଜୋରରେ ପାଟିତୁଣ୍ଡ ଲାଗିଥିଲା । ଉଭୟେ ପରସ୍ପରକୁ ଗାଳିଗୁଲଜ କରିଥିଲେ । ଏସବୁ ଶୁଣି ପାଖ ରୁମ୍ରେ ରହୁଥିବା ଆଉ ଏକ ପ୍ରେମୀଯୁଗଳ, ହୋଟେଲ କେୟାରଟେକର ଓ ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ । ସେମାନେ ଉକ୍ତ ରୁମ୍କୁ ଯାଇ କବାଟ ବାଡ଼େଇଥିଲେ । ପାଟିତୁଣ୍ଡ ବନ୍ଦ କରିବାକୁ ଉଭୟଙ୍କୁ କହିଥିଲେ । ରୁମ୍ ବାହାରେ ଏତେ ଲୋକଙ୍କୁ ଦେଖି ଉଭୟ ରୁମ୍କୁ ଭିତରପଟୁ ବନ୍ଦ କରିଦେଇଥିଲେ । ଝଗଡ଼ାର ସମାଧାନ ହୋଇଗଲା ଭାବି ହୋଟେଲ କର୍ତ୍ତୃପକ୍ଷ ଓ ଅନ୍ୟମାନେ ସେଠାରୁ ଚାଲିଯାଇଥିଲେ । ଏହାର ଅଧଘଣ୍ଟା ପରେ ପ୍ରେମୀଯୁଗଳ ରୁମ୍କୁ ବାହାରୁ ତାଲା ମାରି ଛାତ ଉପରକୁ ଯାଇଥିଲେ । ସେଠାରେ ପୁଣି କିଛି ସମୟ ଧରି ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । କଥା ମାରପିଟ ଯାଏଁ ଯାଇଥିଲା । ହଠାତ କ’ଣ ହେଲା କେଜାଣି ଯୁବତୀ ଜଣଙ୍କ ଛାତ ଉପରୁ ତଳକୁ ପଡିଗଲେ । OYO କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଖବର ଦେଲେ । ପୋଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପୁରୁଷବନ୍ଧୁଙ୍କୁ ପଚରାଉଚରା କରିବାରୁ ଜଣାପଡିଛି ଯେ, ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଥିଲେ । ଆସନ୍ତା ମାସରେ ସେମାନଙ୍କ ବିବାହ ସ୍ଥିର ହୋଇଥିଲା । କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା, ସେନେଇ ସେ ମୁହଁ ଖୋଲିନାହାନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!