ନୟାଗଡ଼, (ବାଘୁଆବାର୍ତ୍ତା): ବିଶେଷ ସୁତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ୩ କେଜି ବାର୍ହା ମାଂସ ଜବତ ହେବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ସୁଚନାନୁସାରେ ପଞ୍ଚିରିଡା ରେଞ୍ଜ ଦର୍ପନାରାୟଣପୁର ବନାଞ୍ଚଳ ଅଧିନରେ ଆସୁଥିବା ବେଗୁନିଆପାଟଣା ଗ୍ରାମରେ ଚଢ଼ଉ କରାଯାଇଥିଲା । ଉକ୍ତ ଗ୍ରାମର କବି ପ୍ରଧାନଙ୍କ ସ୍ତ୍ରୀ ସବିତା ପ୍ରଧାନଙ୍କ ଘରେ ଚଢ଼ଉ କରାଯାଇଥିବା ବେଳେ ୩ କେଜି ବାର୍ହା ମାଂସ ଜବତ କରାଯାଇଛି । ଏଥି ସହିତ ସବିତା ପ୍ରଧାନକୁ ଗିରଫ କରାଯାଇଛି । ଫରେଷ୍ଟର ରମେଶ ମଲ୍ଲିକ ସୁଚନା ଦେଇଛନ୍ତି ।





