Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀରେ ଘର ଯୋଗାଇବେ ସରକାର

by ସଞ୍ଜୟ ସ୍ୱାଇଁ
May 29, 2025
in State
ରାଜଧାନୀରେ ଘର ଯୋଗାଇବେ ସରକାର
28
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ଶସ୍ତା ଘର ମିଳିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରୟାସରେ ଏହାକୁ ତିଆରି କରାଯିବ । ବିଭିନ୍ନ ଘରୋଇ କ୍ଷେତ୍ର ସହଯୋଗରେ ଏହି ଶସ୍ତା ଘର ତିଆର ହେବ । ୧୫ ଲକ୍ଷ ଟଙ୍କାରୁ ନେଇ ୫୦ ଲକ୍ଷ ଟଙ୍କାରେ ଅଲଗା ଅଲଗା ବର୍ଗ ପାଇଁ ଘର ରହିବ । ଗ୍ରେଟର ଭୁବନେଶ୍ୱର ଭିଜନ ଅଧୀନରେ ‘ସମସ୍ତଙ୍କ ପାଇଁ ଗୃହ’ ମିଶନ କାର୍ଯ୍ୟକାରୀ କରିବାକୁ ବିଭାଗ ଏଭଳି ଯୋଜନା ପ୍ରସ୍ତୁତ କରିଛି । ଫିଲିପାଇନ୍ସର ମାନିଲାରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ମୁଖ୍ୟାଳୟରେ ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ(ଏଡବ୍ଲୁୟୁଏଫ) ପକ୍ଷରୁ ସହରାଞ୍ଚଳରେ ସୁଲଭ ଗୃହର ଜରୁରି ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଫୋରମ୍ରେ ଶସ୍ତା ଘର ପ୍ରକଳ୍ପ ଉପରେ ବିସ୍ତୃତ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ରାଜଧାନୀରେ ଦିନକୁ ଦିନ ଘର ଦାମ ଆକାଶଛୁଆଁ ହେଉଛି । ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍) ଓ ନିମ୍ନ ଆୟକାରୀ ଗୋଷ୍ଠୀ(ଏଲଆଇଜି) ବର୍ଗର ଲୋକେ ଘରଟିଏ କିଣିବା ସ୍ୱପ୍ନ ହୋଇଯାଉଛି । ସେମାନଙ୍କ ଘର ସ୍ୱପ୍ନ ପୂରା କରିବାକୁ ନଗର ଉନ୍ନୟନ ବିଭାଗ ଶସ୍ତା ଘର ପ୍ରକଳ୍ପ ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଖାଲି ରାଜଧାନୀ ନୁହେଁ, ଅନ୍ୟ ସହରରେ ବି ଏହି ପ୍ରକଳ୍ପ ଆରମ୍ଭ ହେବ । ମାଲେସିଆ, ଭାରତ ଓ ନେଦରଲ୍ୟାଣ୍ଡ୍ସର ବିଶେଷଜ୍ଞମାନେ ଶସ୍ତା ଗୃହ ପ୍ରକଳ୍ପକୁ ନେଇ ନିଜସ୍ୱ ଅଭିଜ୍ଞତା ବାଣ୍ଟିଥିଲେ । ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂହ ସରକାରଙ୍କ ବିଭିନ୍ନ ଅଭିନବ ମଡେଲକୁ ଉପସ୍ଥାପନ କରିଥିଲେ। ସହରକୁ ବସ୍ତି ଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର। କାରଣ ଘର ଅଭାବ ହେଉଛି ବସ୍ତି ତିଆରି ହେବାର ମୁଖ୍ୟ କାରଣ। ତେଣୁ ସହର ଭିତରେ ଭଡା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି। ଟାଉନ ପ୍ଲାନିଂ ବା ଟିପି ସ୍କିମ ଉପରେ ମଧ୍ୟ ଗୁରୁତ୍ଵ ଦେଉଛନ୍ତି ସରକାର । ପୁରୁଣା ଜାଗା ଥିବା ଲୋକ ମଧ୍ୟ ଉଚିତ ମୂଲ୍ୟ ପାଉଛନ୍ତି । ସ୍ଵତନ୍ତ୍ର ପ୍ଲାନିଂ ମାଧ୍ୟମରେ ସ୍ୱେରେଜ, ଡ୍ରେନେଜ, ରୋଡ଼, ଲାଇଟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ସରକାର ଯୋଗାଇ ଦେବେ । ଭୁବନେଶ୍ୱର ଓ କଟକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରୀରେ ମଧ୍ୟ କରିବା ପାଇଁ ଯୋଜନା କରୁଛନ୍ତି ସରକାର । ଏନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!