ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୂଳ ପୁରୀ ଜଗନ୍ନାଥ ସଡ଼କ ଡମସାହି ଗ୍ରାମ ନିକଟସ୍ଥ ଏକ ଜମିରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହି ବ୍ୟକ୍ତି ଜଣଙ୍କ ହେଲେ ଓଡ଼ଗାଁ ଲକ୍ଷ୍ମୀବଜାରର ପ୍ରଭାତ ସାହୁ । ସେ ଗତକାଲି ଭୂବନେଶ୍ୱର ଯାଇ ଓଡ଼ଗାଁ ଫେରୁଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ଓ ମଟରସାଇକେଲ ଡମସାଜି ବାଘତୋଟାର ବାଗଦେବୀ ମନ୍ଦିର ନିକଟସ୍ଥ ଏକ ଜମିରେ ପଡ଼ିଥିବା ଜଣାଯାଇଛି । ଦର୍ପନାରାୟଣପୁର ପୁଲିସ ଘଟଣାସ୍ଥଳରେ ପହଂଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।






