Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଲା ଏ-୧ ଗ୍ରେଡ୍

by ସଞ୍ଜୟ ସ୍ୱାଇଁ
May 3, 2025
in Education, State
ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଲା ଏ-୧ ଗ୍ରେଡ୍
89
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ପରୀକ୍ଷା ଫଳ ହାର ୯୭.୩୧% ହୋଇଛି । ୨.୬୯% ପିଲା ଫେଲ୍ ହୋଇଛନ୍ତି । ଜିଲ୍ଲା ଏ-୧ ଓ ଏ-୨ ରେଜଲ୍ଟରେ ରାଜ୍ୟର ଚତୁର୍ଥ ସ୍ଥାନ ଅଧିକାର କରିଛି । ପାସ୍ ହାର ଅନୁସାରେ ଜିଲ୍ଲା ରାଜ୍ୟରେ ଦଶମ ସ୍ଥାନରେ ରହିଛି । ଅନ୍ୟପଟେ ଗତବର୍ଷଠୁ ଏବର୍ଷ ଅଧିକ ସଂଖ୍ୟାରେ ଏ-୧ ଗ୍ରେଡ୍ ହାସଲ କରିଛନ୍ତି ଶିକ୍ଷାର୍ଥୀ । ଗତବର୍ଷ ୧୬୪ ଜଣ ଶିକ୍ଷାର୍ଥୀ ଏ-୧ ପାଇଥିବା ବେଳେ ଚଳିତବର୍ଷ ୧୭୫ ଜଣ ଏ-୧ ପାଇଛନ୍ତି । ଅନ୍ୟପଟେ ପାସ୍ ହାରରେ .୬୭ ଧ ହ୍ରାସ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ୩୩୮ଟି ହାଇସ୍କୁଲରୁ ମୋଟ ୨୭ ହଜାର ୧୩୭ ଜଣ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଏଥିରୁ ୨୬ ହଜାର ୯୦୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩୦ ଜଣ ଅନୁପସ୍ଥିତ ଥିଲେ । ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଜିଲ୍ଲାରୁ ୧୭୫ ଜଣ ଏ-୧ (୦.୬୫%) ରେଜଲ୍ଟ କରିଛନ୍ତି । ସେହିପରି ଏ-୨ରେ ୭୯୨ (୨.୯୪%) ଜଣ ରହିଛନ୍ତି । ବି-୧ରେ ୨୨୪୭ (୮.୩୫%)ଜଣ ଥିବା ବେଳେ ବି-୨ରେ ୪୭୮୦ (୧୭.୭୬%) ଜଣ ଅଛନ୍ତି । ସି ଗ୍ରେଡ୍ରେ ୭୨୦୦ (୨୬.୭୬%), ଡିରେ ୭୧୮୪(୨୬.୭୦%), ଇରେ ୩୫୮୧ (୧୩.୩୧%)ଜଣ ଅଛନ୍ତି । ୭୧୮ଜଣ (୨.୬୯%) ଏଫ୍ ଗ୍ରେଡ୍ ଅର୍ଥାତ୍ ଫେଲ୍ ହୋଇଛନ୍ତି । ଜିଲ୍ଲା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏ-୧ ରେଜଲ୍ଟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଏ-୨ରେ ମଧ୍ୟ ଚତୁର୍ଥ ସ୍ଥାନରେ ଅଛି । ମୋଟ ପାସ୍ ହାରରେ ରାଜ୍ୟର ଦଶମ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଗତ ୩ ବର୍ଷ ରେଜଲ୍ଟ ଦେଖିବାକୁ ଗଲେ, ୨୦୨୩ ମସିହାରେ ୨୫ ହଜାର ୭୧୪ ଜଣ ପାସ୍ କରିଥିବା ବେଳେ ପାସ୍ ହାର ୯୬.୪୦% ଥିଲା । ସେ ବର୍ଷ ୨୮୮ ଜଣ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେହିପରି ୨୦୨୪ ମସିହାରେ ୨୭ ହଜାର ୫୮୧ଜଣ ପାସ୍ ହୋଇଥିବା ବେଳେ ରେଜଲ୍ଟ ୯୬.୨୬% ହୋଇଥିଲା । ୧୬୪ ଜଣ ଏ-୧ ଗ୍ରେଡ୍ରେ ପାସ୍ ହୋଇଥିଲେ । ଏବର୍ଷ ଏ-୧ରେ ୧୭୫ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମୋଟ ପାସ୍ ହାର ୯୭.୩୧% ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!