Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏମ ଲୁଟେରାକୁ କାବୁ କଲା ଫତେଗଡ଼ ପୁଲିସ, ଜଣେ ଅଟକ

by ସଞ୍ଜୟ ସ୍ୱାଇଁ
April 10, 2023
in Crime, State
ଏଟିଏମ ଲୁଟେରାକୁ କାବୁ କଲା ଫତେଗଡ଼ ପୁଲିସ, ଜଣେ ଅଟକ
128
VIEWS
Share on FacebookShare on Twitter

ଭାପୁର, (ବାଘୁଆବାର୍ତ୍ତା): ଫତେଗଡ ଥାନା ଅନ୍ତର୍ଗତ ଭାପୁର ବଜାର ସଦରମହକୁମା ପୁରୀ ଗ୍ରାମ୍ୟ ବ୍ୟାଙ୍କ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ଲୁଟ୍ ପାଇଁ ଉଦ୍ୟମ କରୁଥିଲେ। ହେଲେ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ବେଳେ ଜଣେ ଲୁଟେରାକୁ ପୋଲିସ କାବୁ କରିଛି। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ଫତେଗଡ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଦୃଷ୍ଟିରେ ପଡ଼ିଥିଲା। ପୋଲିସକୁ ଦେଖି ଦୁର୍ବୃତ୍ତମାନେ ସେଠାରୁ କୌଣସି ମତେ ଫେରାର ହୋଇ ଯାଇଥିଲେ। ଦୀର୍ଘ ବାଟ ପର‌୍ୟ୍ୟନ୍ତ ପୋଲିସ ସେମାନଙ୍କ ପିଛା କରି ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହେବାକୁ ସକ୍ଷମ ହୋଇଥିଲେ । କାରଣ ଭାପୁର ସାହି ଭିତରେ ଦଣ୍ଡ ମିଳନ ଉତ୍ସବ ଚାଲିଥିବା ସମୟରେ ଜନଗହଳି ରହିଥିଲା। ସେହି ଗହଳି ଭିତରେ ଲୁଟେରାମାନେ ପଶି ଯାଇଥିଲେ। ଜଣେ ଲୁଟେରାକୁ ଫତେଗଡ ପୋଲିସ କାବୁ କରି ଅଧିକ ତଦନ୍ତ ଚାଲୁ ରଖିଥିବା ଜଣାପଡିଛି । ଲୁଟେରା ଜଣକ ଫତେଗଡ ପଞ୍ଚାୟତ ପିଠାଖାଇ ଗ୍ରାମର ବୃନ୍ଦା ଲେଙ୍କା (୩୦ ବର୍ଷ) ବୋଲି ସୂଚନା ମିଳିଛି। ତେବେ ପ୍ରାଥମିକ ତଦନ୍ତରୁ ଏଟିଏମରୁ ଟଙ୍କା ନେଇପାରିନଥିବା ବ୍ୟାଙ୍କର କର୍ମଚାରୀ କହିଛନ୍ତି। ହାର୍ଡ ଡିକ୍ସ ଯାଞ୍ଚ୍ କଲାପରେ ଯାହା ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି। ଏହାକୁ ନେଇ ସକାଳୁ ସକାଳୁ ଭାପୁର ବଜାରରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!