ଭୁବନେଶ୍ୱର, (ବାଘୁଆ ବାର୍ତ୍ତା): କାର୍ଯ୍ୟରେ ଅବହେଳା ପାଇଁ ୩ ଜଣ ନିଲମ୍ବିତ । ଏକାଥରେ ଗଡ଼ିଲା ତିନି ମୁଣ୍ଡ । କାର୍ୟ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଡିଭିଜନ-୧ର ତିନି ଜଣ। କେନ୍ଦ୍ରାପଡ଼ା ଗୋବରୀ ନଦୀ ଉପରେ ନିର୍ମାଣାଧୀନ ଦ୍ଵିତୀୟ ବାଇପାସ ପୋଲ ଗାର୍ଡର ଭୁଶୁଡିବା ଘଟଣାରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ସଚିବ ନିଲମ୍ୱିତ କରିଛନ୍ତି। ଏହି ନିର୍ମାଣ କାର୍ୟ୍ୟ ତଦାରଖ ଦାୟିତ୍ୱରେ ଥିବା କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଡିଭିଜନ-୧ର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ନିର୍ମାଣଧିନ ଏହି କାର୍ୟ୍ୟର ତଦାରଖ ଦାୟିତ୍ୱ ତୁଲାଇବାରେ ଅବହେଳା ଦେଖାଇଥିବା କାରଣରୁ ପ୍ରାଥମିକ ତଦନ୍ତରେ ଜଣାପଡିଛି। ଗତ କିଛିଦିନ ତଳେ ତାଙ୍କୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ବଦଳି କରାଯାଇଥିଲା । ତେବେ ଗତ ୬ ତାରିଖ ଦିନ କ୍ଷୀରୋଦଙ୍କ ଠାରୁ ସମସ୍ତ କ୍ଷମତା ପ୍ରତ୍ୟାହାର କରିବା ସହିତ ତାଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ସହଯୋଗୀ ଭାବେ ଏସଡିଓ ତଥା ଆସିଷ୍ଟାଣ୍ଟ ଲଜ୍ୟୁକେଟିଭ ଇଞ୍ଜିନିୟର ନିହାର ରଞ୍ଜନ ମାଝି ଓ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ସାମଲଙ୍କୁ ମଧ୍ୟ ରାଜ୍ୟ ସରକାର ନିଲମ୍ବିତ କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।ଏହି ପୋଲ ନିର୍ମାଣରେ ନିମ୍ନମାନର କାମ ହୋଇଥିବା କାରଣରୁ ପୋଲର ଏକ ବିରାଟ ଅଂଶ(ଗାର୍ଡର) ସେତୁର ବେସ ସହ ଖଞ୍ଜା ଯିବାର ୧୨ ଘଣ୍ଟା ମଧ୍ୟରେ ଭାଙ୍ଗି ଭୁଷୁଡି ପଡିଥିଲା। ଏହାଛଡ଼ା ଏହି ପୋଲ ଗାର୍ଡର ଭୁଷୁଡିବା ଘଟଣାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା । ପୂର୍ତ୍ତ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ କ୍ଷତେବେ ମାନ୍ୟବର ଲୋକାୟୁକ୍ତ ଏହି ଘଟଣା ଉପରେ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ଦାଏର କରି ରାଜ୍ୟ ଭିଜିଲାନ୍ସ ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଆସନ୍ତା ଜୁନ ୨୬ ତାରିଖରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଆଦେଶ ମଧ୍ୟ ଦେଇଥିଲେ କ୍ଷ ଏହିଭଳି ପରିସ୍ଥିତିରେ ୩ ଜଣଙ୍କୁ ନିଲମ୍ୱନ ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି କ୍ଷଅନ୍ୟପଟେ ଜିଲ୍ଲା ଗଠନ ଦିନଠାରୁ ଆଜି ଯାଏ ଏତେ ବଡ଼ କାର୍ୟ୍ୟାନୁଷ୍ଠାନ କେବେ ନିଆ ଯାଇନଥିବା ବେଳେ ଏଭଳି କାର୍ୟ୍ୟାନୁଷ୍ଠାନକୁ ଲୋକେ ଭୁୟସୀ ପ୍ରଶଂସା କରିଥିବା ବେଳେ ଠିକା ସଂସ୍ଥା ଇଜଝଝ ଉପରେ କଣ ନିଆଯିବ କାର୍ୟ୍ୟାନୁଷ୍ଠାନ ସେନେଇ ଅପେକ୍ଷା।





