Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ ମୁନରେ ୩୦ ମେଣ୍ଢା ଲୁଟ

by Anil Panda
May 11, 2020
in Breaking
ବନ୍ଧୁକ ମୁନରେ ୩୦ ମେଣ୍ଢା ଲୁଟ
39
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ବନ୍ଧୁକ ମୁନରେ ୩୦ ମେଣ୍ଢା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁସାରେ, ଗତକାଲି ବର୍ଷା ରାତିର ସୁଯୋଗ ନେଇ କିଛି ଦୁର୍ବୁତ୍ତ ନୟାଗଡ଼ ଇଟାମାଟି ଥାନା ବିରୁଡ଼ା ପଂଚାୟତର ବାଘେରା ଗ୍ରାମରେ ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି । ବାଘେରା ଗ୍ରାମର ମେଣ୍ଢା ଚାଷୀ ପତିଆ ପରିଡ଼ାଙ୍କ ଗୁହାଳରେ ଜଣେ ବୃଦ୍ଧ ବ୍ୟକ୍ତି ଶୋଇଥିବା ବେଳେ ଦୁର୍ବୁତ୍ତମାନେ ଏକ ବୋଲେରୋ ଗାଡ଼ିରେ ପହଂଚିଥିଲେ । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ମେଣ୍ଢା ଗୁଡ଼ିକୁ କିଛି ନିଶା ଦ୍ରବ୍ୟ ଶୁଂଘାଇ ଦେବା ସହ ବୃଦ୍ଧ ବ୍ୟକ୍ତିଙ୍କ ମୁଣ୍ଢରେ ବନ୍ଧୁକ ଲଗାଇ ପାଟି ଚୁପ କରିବାକୁ ଧମକ ଦେଇଥିଲେ । ପରେ ବୋଲେରୋ ଭିତରେ ମେଣ୍ଢାକୁ ଲଦି ନେଇ ଚାଲି ଯାଇଥିବା ଜଣାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଘଟଣାକୁ ସଂପୃକ୍ତ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ରାତି ତମାମ୍ ମେଣ୍ଢା ଚୋରୀ ଘଟଣାର ଖୋଳତାଡ଼ କରୁଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ନବବର୍ଷ ସମୟରେ ବାଣିଗୋଚ୍ଛା, ଦଶପଲ୍ଲା ଅଂଚଳରେ ସମାନ ଢଙ୍ଗରେ, ସମାନ ଭାବରେ ଛେଳି ମେଣ୍ଢା ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଜିଲ୍ଲାରେ ଛେଳି, ମେଣ୍ଢା ଚୋରୀ କରିବା ପାଇଁ ଏକ ର‌୍ୟାକେଟ୍ କାମ କରୁଥିବା ଚର୍ଚ୍ଚା ହେଉଛି । ବାରମ୍ବାର ଏଭଳି ଚୋରୀ ହେବା ଦ୍ୱାରା ଚାଷୀମାନେ ସର୍ବଶାନ୍ତ ହେବା ସହ କାନମୁଣ୍ଡା ଆଉଁଷି ରହୁଥିବା ଜଣାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!