Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଟ୍‌ଡାଉନ୍ ଅଂଚଳରେ କୋକୁଆ ଭୟ, କାଲି ପଠାଯିବ ନମୁନା

by Anil Panda
May 10, 2020
in Breaking
ସଟ୍‌ଡାଉନ୍ ଅଂଚଳରେ କୋକୁଆ ଭୟ, କାଲି ପଠାଯିବ ନମୁନା
23
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ ୧୯ ନମ୍ବର ଜିଲ୍ଲା ଭାବେ ନୟାଗଡ଼ ଜିଲ୍ଲାରୁ କରୋନା ଆକ୍ରାନ୍ତ ଗତକାଲି ଚିହ୍ନଟ ହୋଇଛି । ରଣପୁର ନିର୍ବାଚନ ମଣ୍ଡଳୀ ଶରଣକୂଳ ଥାନା ଅନ୍ତର୍ଗତ ହରିହରପୁର କରଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସବୁଜ ନୟାଗଡ଼ କମଳା ଜୋନ୍‌ରେ ପରିଣତ ହୋଇଛି । ଏଥିସହିତ ନୟାଗଡ଼ ଜିଲ୍ଲା କରଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ଅଂଚଳକୁ ସଟ୍‌ଡାଉନ୍ କରାଯାଇଛି । ଯାହା ଫଳରେ ଏହି ଅଂଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକମାନେ ଭୟରେ ଘରୁ ବାହାରୁ ନଥିବା ବେଳେ ପ୍ରଶାସନର ସ୍ୱତନ୍ତ୍ର ନଜର ଏହି ଅଂଚଳରେ ରହିଛି । ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ତନାଘନା ଚଳାଇଥିବା ବେଳେ ପୁଲିସର ସ୍ୱତନ୍ତ୍ର ନଜର ରହିଛି । ଏହି କ୍ୱାରେଣ୍ଟାଇନ୍ ସେଣ୍ଟର ଓ ସଂପୃକ୍ତ ଅଂଚଳକୁ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜେସନ୍ କରାଯାଇଥିବା ବେଳେ ଆସନ୍ତାକାଲି କ୍ୱାରେଣ୍ଟାଇନ୍‌ରେ ରହିଥିବା ଅନ୍ୟ ୪୫ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପୁଣି ପଠାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ଶରଣକୂଳ ପୁଲିସ ପକ୍ଷରୁ ଏହି ଅଂଚଳକୁ ସିଲ୍ କରି ଦିଆଯାଇଥିବା ବେଳେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!