ଭଦ୍ରକ, (ବାଘୁଆବାର୍ତ୍ତା): ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ୍ର କାର୍ୟ୍ୟାନ୍ଵୟନ ନେଇ ଆଜି ମଧ୍ୟ ଚଡ଼ଉ କରାଯାଇଥିଲା । ଭଦ୍ରକ ଜିଲ୍ଲା ସଦର ମହକୁମା ମୁଖ୍ୟ ଡ଼ାକ୍ତରଖାନା ସମ୍ମୁଖ ଅଞ୍ଚଳରୁ ଚାନ୍ଦବାଲି ବାଇପାସ ରାସ୍ତାନ୍ତ୍ରିତ ବଜାର ସହ ଚରମ୍ପା ଅଞ୍ଚଳରେ ବିଭିନ୍ନ ଦୋକାନମାନଙ୍କରେ ଏହି ଧରପଗଡ଼ କରାଯାଇଥିଲା । ଏହି ଚଢ଼ାଉ ରେ ସମୁଦାୟ ୨୭ ଜଣ ଦୋକାନୀଙ୍କ ଠାରୁ ସମୁଦାୟ ୫,୨୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ମେଡ଼ିକାଲ ରାସ୍ତାରେ ୧୬ଜଣ ଦୋକାନୀଙ୍କ ଠାରୁ ୩,୨୦୦ଟଙ୍କା ଏବଂ ଚରମ୍ପା ବଜାରରେ ୧୧ ଜଣ ଦୋକାନୀଙ୍କ ଠାରୁ ୨,୦୦୦ ଟଙ୍କା ସମୁଦାୟ ୫,୨୦୦ ଟଙ୍କା ଜୋରିମାନା ବାବଦ ଆଦାୟ କରାଯାଇଥିଲା । ଦୋକାନ ମାନଙ୍କରୁ ଜବତ କରାଯାଇଥିବା ଆଇନାନୁଯାୟୀ ନିଷେଧ ଥିବା ତମାଖୁ ଜାତୀୟ ଦ୍ରବ୍ୟ ସବୁକୁ ନଷ୍ଟ କରିଦିଆଯାଇଥିଲା । ସ୍ଵାସ୍ଥ୍ୟ ବିଭାଗ ତରଫରୁ ଏପିଡେମିଲୋଜିଷ୍ଟ ଡ଼ା.କାଶୀନାଥ ପଣ୍ଡା, ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ ରାଉତ, ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ ଏବଂ ପୋଲିସ୍ ବିଭାଗ ତରଫରୁ ଏସ୍.ଆଇ. ରୂପଶ୍ରୀ ସ୍ୱାଇଁ, ଏସ୍.ଆଇ. ରିଜାବାଳା ନାୟକ ପ୍ରମୁଖଙ୍କ ଦ୍ବାରା ଏହି ଧରପଗଡ଼ କାର୍ୟ୍ୟ ପରିଚାଳନା କରାଯାଇଥିଲା ।





