Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଲିଥିଲା ସେକ୍ସ ର‌୍ୟାକେଟ, ପୁଲିସର ଚଢ଼ଉ, ଦଲାଲ ଗିରଫ

by ସଞ୍ଜୟ ସ୍ୱାଇଁ
March 17, 2023
in Crime, State
ଚାଲିଥିଲା ସେକ୍ସ ର‌୍ୟାକେଟ, ପୁଲିସର ଚଢ଼ଉ, ଦଲାଲ ଗିରଫ
239
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ଥାନୀୟ ନାଗେଶ୍ୱର ଟାଙ୍ଗି ଅଞ୍ଚଳରେ ଥିବା ଏକ କୋଠା ବାହାରେ ଫଳକ ଲାଗିଥିଲା ‘ସାଇ ସେବା ଟ୍ରଷ୍ଟ’ । ହେଲେ ଭିତରେ ଚାଲିଥିଲା ଦେହ ବ୍ୟବସାୟ । ଶ୍ରୀଲିଙ୍ଗରାଜ ଥାନା ପୁଲିସ୍ ଚଢ଼ଉ କରି ଦଲାଲ ନରେଶ କୁମାର ରଣା, ଗ୍ରାହକ ରାଜ୍ କିଶୋର ସହୁ ଓ ସୁଶାନ୍ତ ପ୍ରଧାନକୁ ଗିରଫ କରିବା ସହ ରୂପଜୀବୀଙ୍କୁ ଧରିଛି । ସେମାନଙ୍କ ଠାରୁ ୭ଟି ମୋବାଇଲ, ୩ଟି ବାଇକ୍‌, ୭ ହଜାର ଟଙ୍କା ଓ କଣ୍ଡୋମ ଜବତ କରିଛି ପୁଲିସ୍ । ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ କହିଛି । ନାଗେଶ୍ୱରଟାଙ୍ଗୀରେ ଥିବା ଏହି ତଥାକଥିତ ସାଇ ସେବା ଟ୍ରଷ୍ଟ ଘରେ ଦୀର୍ଘ ଦିନ ହେବ ସେକ୍ସ ର‌୍ୟାକେଟ୍ ଚାଲୁଥିଲା । ନରେଶ ପଶ୍ଚିମବଙ୍ଗରୁ ଯୁବତୀ ଆଣି ଏଠାରେ ବେପାର କରୁଥିଲା । ଗ୍ରାହକ ପିଛା ୧ ହଜାର ଟଙ୍କାରୁ ଆରମ୍ଭ କରି ସାଢ଼େ ୩ ହଜାର ଟଙ୍କା ପର‌୍ୟ୍ୟନ୍ତ ଦର ନେଉଥିଲା । ଏହାଛଡ଼ା ଗ୍ରାହକଙ୍କୁ ହୋମ୍ ଡେଲିଭରୀ ମଧ୍ୟ ଦେଉଥିଲା ଦଲାଲ ନରେଶ । ଦୁଇ ମହଲା ବିଶିଷ୍ଟ ଏହି ଘରେ ପ୍ରତିଦିନ ଦାମୀ ଗାଡ଼ି ଲାଗିବା ସହ ଭିଡ଼ ମଧ୍ୟ ରହୁଥିଲା । ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଜମୁଥିଲା ଆଡ୍ଡା । ଏ ବିଷୟରେ ପୁଲିସ୍ ପାଖରେ କିଛି ଖବର ନଥିଲା । ସ୍ଥାନୀୟ ଲୋକ ଏ ବିଷୟରେ ଜାଣିବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍‌କୁ କହିଥିଲେ । ତଥାପି ପୁଲିସ୍ ସବୁ ଶୁଣି ଚୁପ୍ ରହିଥିଲା । ଗତ ସପ୍ତାହରେ କିଛି ବରିଷ୍ଠ ନାଗରିକ ଡିସିପି ପ୍ରତୀପ ମୀନା ସିଂହଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ଡିସିପିଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଅପରାହ୍ଣ ୫ଟା ବେଳେ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍ ‘ସାଇ ସେବା ଟ୍ରଷ୍ଟ ନାମକ ଉକ୍ତ ଘରେ ଚଢ଼ଉ କରିଥିଲା । ଏହି ସମୟରେ ଦଲାଲ ନରେଶକୁ ପ୍ରଥମେ ପୁଲିସ୍ ଧରିଥିଲା । ତା’ପରେ ଏକ ରୁମ୍ ଭିତରୁ ଅସଞ୍ଜତ ଅବସ୍ଥାରେ ଗ୍ରାହକ ଓ ରୁପଜୀବୀଙ୍କୁ ଧରିଥିଲା । ଉକ୍ତ ଘରୁ ବହୁ ପରିମାଣର ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ ସହ କିଛି ଆପତ୍ତିଜନକ ଜିନିଷ ଜବତ କରିଥିଲା । ଏମାନଙ୍କ ସହ ଆଉ କାହାର ସମ୍ପର୍କ ରହିଛି ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!