Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୀନ୍‌-ପାକ୍ ସହ ଭାରତର ଯୁଦ୍ଧ ଆଶଙ୍କା

by ସଞ୍ଜୟ ସ୍ୱାଇଁ
March 10, 2023
in WORLD
ଚୀନ୍‌-ପାକ୍ ସହ ଭାରତର ଯୁଦ୍ଧ ଆଶଙ୍କା
190
VIEWS
Share on FacebookShare on Twitter

ୱାଶିଂଟନ୍‌/ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସୀମାରେ ଭାରତ ଏବଂ ଚୀନ୍‌ର ସୈନ୍ୟ ମୁତୟନ ବୃଦ୍ଧି ଆଗକୁ ବଡ଼ ବିବାଦର କାରଣ ହୋଇପାରେ । ଏଥିଯୋଗୁ ଦୁଇ ଆଣବିକ୍ତ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସଶସ୍ତ୍ର ଲଢ଼େଇ ଆଶଙ୍କା ରହିଛି । ଆଗକୁ ଚୀନ୍ ଓ ପାକିସ୍ତାନ ସହ ଭାରତର ତିକ୍ତତା ଅଧିକ ବୃଦ୍ଧି ପାଇପାରେ । ଚୀନ୍ ଓ ପାକିସ୍ତାନ ଉସୁକାଇଲେ ଭାରତ ସାମରିକ କାର‌୍ୟ୍ୟାନୁଷ୍ଠାନ ନେଇପାରେ ବୋଲି ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି ରିପୋର୍ଟରେ କୁହାଯାଇଛି । ଭାରତରେ ପୂର୍ବ ସରକାରଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଏହି କାର‌୍ୟ୍ୟାନୁଷ୍ଠାନର ଆଶଙ୍କା ଅଧିକ ରହିଥିବା ଆମେରିକାର ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି । ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ଦି ଆନୁଆଲ୍ ଥ୍ରିଟ୍ ଆସେସ୍‌ମେଣ୍ଟ ରିପୋର୍ଟରେ ଭାରତ ଓ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ପୂର୍ବ ସଂଘର୍ଷ କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି, ଉଭୟ ଦେଶ ଆଲୋଚନା ଜରିଆରେ ସୀମା ବିବାଦକୁ କମ୍ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏହା ସତ୍ତ୍ୱେ ଦୁଇ ରାଷ୍ଟ୍ର ଭିତରେ ତିକ୍ତତା ଜାରି ରହିବ । ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନ ଥିବା କହିଥିବାବେଳେ ଏହି ରିପୋର୍ଟ ସାମ୍‌ନାକୁ ଆସିଛି । ଏଥିରେ ୨୦୨୦ରେ ଲଦାଖର ଗଲୱାନ ଘାଟିରେ ଚୀନ୍ ଏବଂ ଭାରତୀୟ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ଉଲ୍ଲେଖ କରାଯାଇଛି । ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନ୍ ଓ ଭାରତ ଭିତରେ ବିବାଦ ଆମେରିକା ପାଇଁ ଚିନ୍ତାଜନକ । ତେଣୁ ବିବାଦର ସମାଧାନ ପାଇଁ ଆମେରିକା ହସ୍ତକ୍ଷେପ କରିବା ଉଚିତ। ସେହିପରି ରିପୋର୍ଟରେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବା କଥା ଉଲ୍ଲେଖ କରାଯାଇଛି । ୨୦୨୧ରେ ନିୟନ୍ତ୍ରଣ ରେଖା ବା ଲାଇନ ଅଫ୍ କଣ୍ଟ୍ରୋଲ(ଏଲ୍‌ଓସି)ରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଭାରତ ଏବଂ ପାକ୍ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରୁଥିବା କୁହାଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ, ଭାରତ ଓ ପାକ୍ ମଧ୍ୟରେ ତିକ୍ତତା ବୃଦ୍ଧି ବଡ଼ ଚିନ୍ତାର କାରଣ । ଦୁଇ ଦେଶ ଭିତରେ ବିବାଦ ଯୋଗୁ କାଶ୍ମୀରରେ ହିଂସା ବଢ଼ିଲେ କିମ୍ବା ଭାରତରେ ଆତଙ୍କବାଦୀ ଆକ୍ରମଣ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ । ଆମେରିକା ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି, ପାକିସ୍ତାନ ସହ ଆତଙ୍କବାଦ ମୁକାବିଲା ନିମନ୍ତେ ଆଲୋଚନା ଏହା ଦର୍ଶାଉଛି ସେ ସେମାନେ ଆତଙ୍କବାଦ ଏବଂ ଉଗ୍ରବାଦ ସହ ଲଢ଼ିବା ପାଇଁ କେତେ ଗମ୍ଭୀର । ପାକିସ୍ତାନରେ ଆତଙ୍କବାଦ ସମସ୍ୟା ଦକ୍ଷିଣ ଏସିଆ ବାହାରକୁ ମଧ୍ୟ ଯାଇପାରେ । ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆରେ ଶାନ୍ତି ସ୍ଥାପନା ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ । ପ୍ରକାଶ ଥାଉ କି, ଏଲଏସି ନିକଟରେ ଭାରତ ଓ ଚୀନ୍ ନିଜ ସୈନ୍ୟ ଗତିବିଧି ବଢ଼ାଇବାରେ ଲାଗିଛନ୍ତି । ଚୀନ୍ ଏଲଏ୍‌ସି ନିକଟରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରିବା ସହ ଭାରତକୁ ଉସୁକାଇଲା ଭଳି କାର‌୍ୟ୍ୟକଳାପରେ ମାତିଛି । ବାରମ୍ବାର ସୀମା ଡେଇଁ ଭାରତ ସୀମା ଭିତରକୁ ପଶିବାକୁ ଉଦ୍ୟମ କରୁଛି । ଚୀନ୍ ଉପରେ ନଜର ରଖିବା ପାଇଁ ଭାରତ ମଧ୍ୟ ସୀମାରେ ସୈନ୍ୟ ମୁତୟନ ବଢ଼ାଇବା ସହ ପାଟ୍ରୋଲିଂ କଡ଼ାକଡ଼ି କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!