Sunday, November 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ମଦ ବନ୍ଦ, ଅନ୍ୟ ସବୁ ଦୋକାନ ଖୋଲା

by ସଞ୍ଜୟ ସ୍ୱାଇଁ
May 4, 2020
in Feature News
କରୋନା ବିରୋଧ ସଂଗ୍ରାମରେ ଜୟୀ ହେବା : ଜିଲ୍ଲାପାଳ
80
VIEWS
Share on FacebookShare on Twitter

ରାତି ୭ରୁ ସକାଳ ୭ ବାହାରେ ବୁଲିବା ମନା

ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ନୟାଗଡ଼ ଜିଲ୍ଲା ଗ୍ରୀନ୍ ଜୋନ୍‌ରେ ରହିଛି । ନିୟମନୁସାରେ ଗ୍ରୀନ ଜୋନ୍‌ରେ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲାଯିବା ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶନୁସାରେ, ଆଜିଠାରୁ ଜିଲ୍ଲାରେ ସମସ୍ତ ଦୋକାନ ବଜାର ଖୋଲିବାକୁ କୁହା ଯାଇଥିବା ଜଣାପଡ଼ିଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସାମାଜିକ ଦୂରତା ଅବଲମ୍ବନ କରି ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବ ବୋଲି ଜଣାପଡ଼ିଛି । ଉଭୟ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ବ୍ୟବସାୟୀମାନେ ମାସ୍କ ପିନ୍ଧିବା ସହ ଗ୍ରାହକଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ ସେ ନେଇ ଦାୟିତ୍ୱ ମୁଣ୍ଡାଇବାକୁ କୁହାଯାଇଛି । ଏଥିସହିତ ଔଷଧ ଦୋକାନ ମଧ୍ୟ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବା ପାଇଁ କୁହାଯାଇଛି । ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ମଦ ଦୋକାନକୁ ବନ୍ଦ କରାଯାଇଥିବା ବେଳେ ସପିଂ ମଲ୍‌, ସିନେମା ହଲ୍‌, ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । ରାଜନୈତିକ ଦଳ, ସାସ୍କୃତିକ ଅନୁଷ୍ଠାନ, ବିବାହ ବ୍ରତ, ଖେଳକୁଦ, ମନୋରଂଜନ ଆଦି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସେହିଭଳି ଜିମ୍ ସ୍କୋର୍ଟ କମ୍ଲେସ୍ଲ, ସୁଇମିଙ୍ଗପୁଲ, ପାର୍କ, ବାର୍ ଆଦିକୁ ବାରଣ କରାଯାଇଛି । ପ୍ରତ୍ୟେକ ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ, କୋଚିଂ ବନ୍ଦ ରହିବା ବେଳେ ଅନ୍‌ଲାଇନ୍ ମାଧ୍ୟମରେ ପାଠ ପଢ଼ିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କର ଗୃହ ବିଭାଗ ନିର୍ଦ୍ଦେଶ ଅନୁମତି କ୍ରମେ ବାହ୍ୟ ରାଜ୍ୟ ଗ୍ରସ୍ତକୁ ଅନୁମତି ଦିଆଯାଇଛି । ସମସ୍ତ ଟ୍ରେନ ଓ ବସକୁ ବାତିଲ୍ କରାଯାଇଛି । ସ୍ୱାସ୍ଥ୍ୟଗତ ଜରୁରୀ କାଳିନ ପାଇଁ ବାହ୍ୟ ରାଜ୍ୟକୁ ଯିବାକୁ ହେଲେ ସେଥିପାଇଁ ଅନୁମତି ନେଇ ଯିବାକୁ ପଡ଼ିବ ବୋଲି କୁହାଯାଇଛି । ଏଥିସହିତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ଦଶବର୍ଷରୁ କମ ଶିଶୁମାନେ ଘର ଭିତରେ ରହିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାପାଳ ରାତି ୭ଟାରୁ ସକାଳ ୭ଟା ମଧ୍ୟରେ ବାହାରେ ବୁଲାବୁଲି କରିବାକୁ ବାରଣ କରିଛନ୍ତି । କୈାଣସି ବାହାନା ସୃଷ୍ଟି କରି ଏହି ସମୟ ମଧ୍ୟରେ ବାହାରେ ବୁଲାବୁଲି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!