ଝାରସୁଗୁଡା, (ବାଘୁଆବାର୍ତ୍ତା): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ଗୋପାଳ ଦାସ କିପରି ଗୁଳି କରି ହତ୍ୟା କରିଥିଲା ଏହାର ଡେମୋ ଆଜି ଘଟଣାସ୍ଥଳରେ ଦେଖାଇଛି । ଦ୍ବିତୀୟ ପର୍ୟ୍ୟାୟ ରିମାଣ୍ଡର ତୃତୀୟ ଦିନରେ ଜହ୍ଲାଦ ଗୋପାଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ଫାଇରିଂଠୁ ଆରମ୍ଭ କରି ପୋଲିସ ହାତରେ ଧରା ପଡ଼ିବା ପର୍ୟ୍ୟନ୍ତ, ଟିକ୍ ନିଖ୍ କ୍ରାଇମ ଦିନର ଦୃଶ୍ୟ ଦେଖାଇଛି ଅଭିଯୁକ୍ତ ଗୋପାଳ ଦାସ । ନବକିଶୋର ଦାସଙ୍କ ଗାଡ଼ି ନିକଟକୁ ଯାଇ କିଭଳି କରିଥିଲା ଫାୟାରିଂ ? ମର୍ଡର ପରେ କେମିତି ଗୋପାଳକୁ କାବୁ କରାଯାଇଥିଲା ? ଦ୍ବିତୀୟ ଫାୟାରିଂ ବେଳେ କିଭଳି ଗୋପାଳର ହାତ ଉପରକୁ ଟେକିଦେଇଥିଲେ ଓଓଉ ? ଆଜି ଅଭିଯୁକ୍ତ ଗୋପାଳ ନକଲି ବନ୍ଧୁକ ଧରି ଦେଖାଇଥିଲା ଅସଲି ବନ୍ଧୁକର ସତ । ୨୯ ତାରିଖ ଘଟଣାର ସମ୍ପୂର୍ଣ୍ଣ ନାଟକ ଦେଖାଇଥିଲା ଗୋପାଳ । କ୍ରାଇମସିନ୍ ରିକ୍ରିଏସନର ଭିଜୁଆଲ ଭିଡିଓ କ୍ୟାମେରା ଓ ଡିଜିଟାଲ କ୍ୟାମେରାରେ ରେକର୍ଡିଂ କରାଯାଇଛି । ଆକାଶମାର୍ଗରୁ ମଧ୍ୟ ଭିଜୁଆଲ କଏଦ ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବସ୍ଥା କରାଯାଇଥିଲା ।





