ଭଦ୍ରକ, (ବାଘୁଆବାର୍ତ୍ତା): ଝିଅର ଅପହରଣ ହେଲା ସନ୍ଧ୍ୟାରେ ଖୋଜାଖୋଜି ପରେ ପର ଦିନ ସଖାଳୁ ଥାନାରେ ଏତଲା ଦେଲେ ଝିଅର ବାପା କିନ୍ତୁ ଚାରି ଦିନପରେ ମଧ୍ୟ ଏଯାଏଁ ମାମଲା ରୁଜ୍ଜୁ ହୋଇନାହିଁ ଥାନାରେ । ସୂଚନାମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ଗ୍ରାମର ପ୍ରହଲ୍ଲାଦ ଜେନାଙ୍କ ନାବାଳିକା ଝିଅ କୁମାରୀ ଜେନା (ଛଦ୍ମ ନାମ )ଗତ ୧୫ ତାରିଖ ସନ୍ଧ୍ୟାରେ ନିଖୋଜ ହୋଇଯାଥିଲେ ବହୁ ଖୋଜା ଖୋଜି ପରେ ବାପା ପ୍ରହଲ୍ଲାଦ ଜାଣିବାକୁ ପାଇଲେ କି ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଛି ଏବଂ ଅପହରଣ କାରୀଙ୍କ ପରିବାର ସହ ଯୋଗାଯୋଗ କରିବାରୁ ଓଲଟା ଧମକ ଚମକ ଦେବା ସହ ଏକୁଟିଆ ଆସି ଝିଅକୁ ନେଇଯିବାକୁ ପ୍ରହଲ୍ଲାଦ ଙ୍କୁ କହିଥିଲେ । ତେଣୁ ପ୍ରହଲ୍ଲାଦ ଭୟରେ ତାପର ଦିନ ଅର୍ଥାତ ୧୬ ତାରିଖ ଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପ୍ରହଲ୍ଲାଦ । ଗତକାଲି ଅର୍ଥାତ ୧୮ ତାରିଖ ରେ କୌଣସି ସୂତ୍ରରୁ ଖବର ପାଇଥିଲେ ପ୍ରହଲ୍ଲାଦ କି ତାଙ୍କ ଝିଅ ଆସିଆନା ରେ ଅଛି ଏବଂ ଅପହରଣ କରି ଥାନାରେ ଅଟକ ଅଛି ତେଣୁ ପ୍ରହଲ୍ଲାଦ ପ୍ରଥମେ ନିଜ ଝିଅକୁ ଦେଖିବା ପାଇଁ ଆସିଆନା ଯାଇଥିଲେ ଏବଂ ଝିଅକୁ ଦେଖି ଆଶର୍ୟ୍ୟ ହୋଇଯାଇଥିଲେ କାରଣ ଝିଅର ମାନସିକ ଓ ଶାରୀରିକ ଅବସ୍ଥା ଭଲ ନଥିଲା ବୋଲି କହିଛନ୍ତି ପ୍ରହଲ୍ଲାଦ । ଗ୍ରାମାଞ୍ଚଳ ଥାନାରେ ପହଂଚି ନିଜ ଝିଅକୁ ନ୍ୟାୟ ପ୍ରଦାନ ଦାବିରେ ବାପା ପ୍ରହଲ୍ଲାଦ ଏତଲାକୁ କୁ ପଞ୍ଜିକୃତ କରିବାକୁ କହିଥିବା ବେଳେ ଥାନା ବାବୁ କିନ୍ତୁ ନାରାଜ ହୋଇଥିଲେ ପଞ୍ଜିକୃତ କରିବା ପାଇଁ । ତେବେ ବାରମ୍ବାର ଅନୁରୋଧ ପରେ ଗ୍ରାମାଞ୍ଚଳ ଥାନାରେ ମାମଲା ପଞ୍ଜିକୃତ ନହେବାରୁ ଝିଅକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଆରକ୍ଷୀ ଅଧିକ୍ଷକ ଙ୍କୁ ଗୁହାରି ଜଣାଇବା ସହ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବପାଇଁ ଅନୁରୋଧ କରିଛନ୍ତି ଅପହରଣ ହୋଇଥିବା ଝିଅର ବାପା ଓ ମା ।





