
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରର ସଫଳ ବ୍ୟବସାୟୀ କୈଳାସ ଚନ୍ଦ୍ର ସାହୁଙ୍କର ବିୟୋଗକୁ ନେଇ ସହରରେ ଶୋକ ଛାୟା ଖେଳି ଯାଇଛି । ସୂଚନାନୁସାରେ, ଗତ ୧୩ ତାରିଖରେ ନୂଆ ରାଜବାଟୀ ଠାରେ ଏକ ଅକସ୍ମାତ ଦୁର୍ଘଟଣାରେ କୈଳାସ ଆହାତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସହୃଦୟ ବ୍ୟକ୍ତିମାନେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଖବରପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଚିକିତ୍ସା ସଂମ୍ପର୍କରେ ବୁଝିବା ସହ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ଘଟିଥିବା ଦୁର୍ଘଟଣାରେ କୈଳାସଙ୍କର ଅବସ୍ଥା ଧିରେ ଧିରେ ସଙ୍କଟାପର୍ଣ୍ଣ ହୋଇ ସେ କୋମକୁ ଚାଲି ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ତାଙ୍କର ଶବ ନୟାଗଡ଼ରେ ପହଂଚିବା ପରେ ତାଙ୍କ ଜୀବନର ବିଶେଷତାକୁ ବେଶ ବାରି ହୋଇପଡ଼ିଥିଲା । କରୋନା କଟକଣା ପାଇଁ ଲକ୍ଡାଉନ୍ ଥିବା ସେତ୍ତ୍ୱେ ସାମାଜିକ ଦୂରତା ଅବଲମ୍ବନ କରି କୈଳାସଙ୍କୁ ଜାଣିଥିବା ଲୋକ, ଚିହ୍ନା ପରିଚିତ, ବନ୍ଧୁ ସଂମ୍ପର୍କୀୟ, ବହୁ ବ୍ୟବସାୟୀ, ସମାଜସେବୀ, ଆଇନଜୀବୀ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିଥିଲେ । ଯାହାକୁ ନେଇ ତାଙ୍କର ଲୋକପ୍ରିୟତା ବାରି ହୋଇପଡ଼ୁଥିଲା । ଆଜି ସଦରଥାନା ନିକଟରେ ଥିବା ସ୍ମଶାନରେ କୈଳାଶଙ୍କ ଶବ ସତ୍କାର କରାଯାଇଥିବା ବେଳେ ତାଙ୍କ ସାନଭାଇ ମୁଖାଗ୍ନି ଦେଇଥିବା ଜଣାଯାଇଛି ।






