ନୟାଗଡ଼ ଡି.ଏ.ଭି ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ
ନୟାଗଡ, (ବାଘୁଆବାର୍ତ୍ତା): ଡ଼ି .ଏ .ଭି ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ମହାଆଡ଼ମ୍ବରେ ନୟାଗଡ ପି.ଟି.ଏସ. ପଡ଼ିଆଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିକଟସ୍ଥ ନାରାୟଣୀ ମନ୍ଦିର ରୁ ପାରମ୍ପରିକ ରୀତିରେ ଶିଶୁମାନଙ୍କ ଦ୍ୱାରା କ୍ରୀଡାଜ୍ୟୋତି ଅଣାଯାଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ବସନ୍ତ କୁମାର ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପାଣିଗ୍ରାହୀ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା ଓ ପରବର୍ତ୍ତୀ ପର୍ୟ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା ଓ ସକାଳ ୮ ଘଣ୍ଟିକାରେ ଆରମ୍ଭ ହୋଇ ଅପରାହ୍ନ ୩ ଘଣ୍ଟିକା ପର୍ୟ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହେବ। ପରେ ଉଦଯାପନ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗଦେଇଥିଲେ ।

ଡ.ସାହୁ ତାଙ୍କ ଅଭିଭାଷଣରେ ଖେଳିଲା ସମୟରେ ଖେଳୁଆଡ଼ ମନୋଭାବ ନେଇ ଖେଳ ଖେଳିଲେ ସଫଳତା ମିଳିବ ବୋଲି ପ୍ରକାଶ କରିଥିଲେ । ଖେଳ ପଡିଆରୁ ମସ୍ତିସ୍କର ସ୍ଥିରତା ସୃଷ୍ଟି ହୋଇଥାଏ । ଆଜିକାର ଦିନରେ ଅଭିଭାବକ ମାନେ ପିଲାମାନଙ୍କ ପାଠ ଉପରେ ଅଧିକ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭାରାଗ୍ରସ୍ତ କରାଉଛନ୍ତି । କିପରି ପିଲାମାନେ ଅଧିକ ମାର୍କ ରଖିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ପାଠ ସହିତ ଖେଳ ଓ ଅଭିଭାବକ ମାନଙ୍କର ଛୁଆପ୍ରତି ଗାଇଡ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଫାଷ୍ଟଫୁଡ ଓ ଜଙ୍କ ଫୁଡରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ପିଲାଙ୍କ ଭବିଷ୍ୟତ ସହିତ ଖେଳନାହିଁ ବୋଲି ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଓ ଚାମ୍ପିୟନ ଭାବରେ କୃତୀତ୍ୱ ଲାଭ କରିଥିବା ଶିଶୁ ସର୍ବ କନିଷ୍ଠ ବିଭାଗରେ ଆଦିତ୍ୟ ସାମନ୍ତରାୟ, କନିଷ୍ଠ ବିଭାଗରେ ଭାସ୍କର ସାହୁ, ବରିଷ୍ଠ ବିଭାଗରେ ରିୟାନା ପରବୀନ ଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର କ୍ରୀଡା ଶିକ୍ଷକ ରାଜୀବ କୁମାର ନାୟକ ଓ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସହଯୋଗରେ ସମସ୍ତ ପ୍ରତିଯୋଗିତା ଗୁଡିକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷିକା ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ ।






