Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱକପ ହକି: ଉଦଘାଟନୀ ଉତ୍ସବରେ ମଞ୍ଚ ଦୁଲୁକାଇବେ ବଲିଉଡ୍ ଷ୍ଟାର୍ ରଣବୀର୍ ସିଂ ଓ ଦିଶା ପାଟାନି

by ସଞ୍ଜୟ ସ୍ୱାଇଁ
December 20, 2022
in Sports, State
ବିଶ୍ୱକପ ହକି: ଉଦଘାଟନୀ ଉତ୍ସବରେ ମଞ୍ଚ ଦୁଲୁକାଇବେ ବଲିଉଡ୍ ଷ୍ଟାର୍ ରଣବୀର୍ ସିଂ ଓ ଦିଶା ପାଟାନି
123
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ଲାଗି ପ୍ରସ୍ତୁତି ଜୋର୍‌ଦାର କରାଯାଇଛି । ୧୧ତାରିଖରେ ବାରବାଟୀ ଷ୍ଟାଡିୟମ୍ ଠାରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ତେବେ ସେହିଦିନ ସକାଳୁ କଟକକୁ ହକି ବିଶ୍ୱକପ୍ ଟ୍ରଫି ଆସିବ ବୋଲି ଜଣାପଡିଛି । ଜଗତସିଂହପୁର ଜିଲ୍ଲାରୁ ବିଶ୍ୱକପ୍ ବାହାରିବା ପରେ କନ୍ଦରପୁର ପାଖରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯିବ । ପରେ ଶୋଭାଯାତ୍ରାରେ କଟକ ସହର ବୁଲାଯାଇ ଜବାହାରଲାଲ୍ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌କୁ ଅଣାଯିବାକୁ ଯୋଜନା କରାଯାଇଛି । ସେଠାରେ ଏକ ସାଧାରଣ ସଭା ଆୟୋଜନ କରାଯିବ । ଅପରାହ୍ନ ୩ଟାରୁ ଏହା ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବର ଶୋଭା ବଢାଇବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ଉତ୍ସବ ଲାଗି ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି । ପ୍ରାୟ ୪୦ହଜାର ଦର୍ଶକ ଉତ୍ସବରେ ଉପସ୍ଥିତ ରହିବେ । ଏଥିପାଇଁ ୩ ହଜାର ଭିଆଇପି ପାସ୍ ବ୍ୟବସ୍ଥା ରହିଛି । ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍ ଷ୍ଟାର୍ ରଣବୀର ସିଂ ଏବଂ ଦିଶା ପାଟାନି ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ଯଦିଓ ଏ ସମ୍ପର୍କରେ ସରକାରୀ ସ୍ତରରେ ସୂଚନା ହସ୍ତଗତ ହୋଇନାହିଁ ହକି ବିଶ୍ୱକପ୍ ଲାଗି କଟକରେ ଟ୍ରଫି ଆସିବା ଦିନ ସିଟି ଫେଷ୍ଟିଭାଲ୍ ଆୟୋଜିତ ହେବାର ରହିଛି । ବିଭିନ୍ନ ଛକ, ବଜାରରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ବିଶାଳ ଶୋଭାଯାତ୍ରା ଆୟୋଜିତ ହେବ । ପଟୁଆରରେ ସହର ବୁଲାଯାଇ ଟ୍ରଫିକୁ ଇନ୍‌ଡୋର ଷ୍ଟାଡିୟମ୍ ପର‌୍ୟ୍ୟନ୍ତ ଅଣାଯିବ। ଏଥିରେ ବିଭିନ୍ନ ସ୍କୁଲ୍‌, କଲେଜ ଛାତ୍ରଛାତ୍ରୀ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ବିଶ୍ୱକପ୍ ହକି-୨୦୨୩ ଉଦ୍‌ଘାଟନୀ ଉତ୍ସବ ପାଇଁ କଟକ ସହରର ସୌନ୍ଦର‌୍ୟ୍ୟକରଣ କାର‌୍ୟ୍ୟ ଜୋର୍‌ସୋର୍‌ରେ ଚାଲିଛି । ଶିଖରପୁରଠାରୁ ବିଡାନାସୀ ପର‌୍ୟ୍ୟନ୍ତ ଓ ଗଡଗଡିଆ ଘାଟ ନିକଟରୁ ବାରବାଟୀ ଷ୍ଟାଡିୟମ ପର‌୍ୟ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ସୌନ୍ଦର‌୍ୟ୍ୟକରଣ କରାଯାଉଛି । ଏତଦ୍‌ବ୍ୟତୀତ ସହରକୁ ସଂଯୋଗ କରୁଥିବା ନଦୀବନ୍ଧ ବାଡ, ଫ୍ଲାଏ ଓଭର କାନ୍ଥରେ ହକି ଓ ସହରର ସଂସ୍କୃତି ଉପରେ ଆଧାରିତ ବିଷୟବସ୍ତୁକୁ ନେଇ ଚିତ୍ରକଳା କାର‌୍ୟ୍ୟ ଆରମ୍ଭ ହୋଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!